କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲାପାଳଙ୍କ ଭାର୍ଚୁଆଲ ବୈଠକ

0
160

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୫/୧୧) : ମହାମାରୀ କରୋନା ଯୋଗୁଁ କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ସହାୟତା ପ୍ରଦାନ କରାଯିବ l6557856b ebd7 4cee 9bea 216978c8dca6 କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲାପାଳଙ୍କ ଭାର୍ଚୁଆଲ ବୈଠକ

କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ସହାୟତା ରାଶି ଯଥା ଶିଘ୍ର ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ଗତ ତା ୨/୧୧/୨୧ରିଖରେ ଏକ ଭାର୍ଚୁଆଲ ମାଧ୍ୟମରେ ବୈଠକରେ ଆଲୋଚନା କରିଛନ୍ତି l ଏହି ବୈଠକରେ ଅତିରିଜତ ଜିଲ୍ଲାପାଳ ଶ୍ରୀ ସମୋନାଥ ପ୍ରଧାନ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନଲ ଜେନା,ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲାର ସମସ୍ତ ବିଡ଼ିଓ,ତହସିଲଦାର ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏଥି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାଗଜପତ୍ର ଯାଂଚ କରିବା ନିମନ୍ତେ ଗୋଟିଏ ଗୋଟିଏ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯିବ l

କୋଭିଡରେ ମୃତ୍ୟୁ ଵ୍ୟକ୍ତିମାନଙ୍କ ପରିଜନଙ୍କୁ ତୁରନ୍ତ କାଗଜତ ପ୍ରଦାନ କରାଯିବ l ଆବେଦନ ପତ୍ର ଗୁଡ଼ିକ ତୁରନ୍ତ ଡିଜିଟାଇଜ କରାଯିବ ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l ମୃତକ ପରିବାରକୁ ରାଜସ୍ୱ ନିରୀକ୍ଷକଙ୍କ ଦ୍ଵାରା ଚିନ୍ହଟ କରାଯାଇ ତାଙ୍କର ବ୍ୟାଙ୍କ ପାସ ବହି ନମ୍ବର ସଂଗ୍ରହ କରି କୋଭିଡ଼ ସହାୟତା ଆବେଦନ ଉପଲୋଡ଼ କରିବେ l ତହସିଲଦାର ମନେ ବ୍ୟକ୍ତିଗତ ଭାବେ ଯାଇ ପରିବାରର ସଦସ୍ୟଙ୍କ ତଥ୍ୟ ଯାଂଚ କରିବେ ଏବଂ କପସl ଆବେଦନ ଅପଲୋଡ କରିବେ l ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମନେ ସହାୟତା ରାଶି ପ୍ରଦାନ ତ୍ୱରାନ୍ୱିତ କାର୍ଯ୍ୟକୁ ଅନୁଧ୍ୟାନ କରି ପ୍ରଚଳନl କରିବେ l ପ୍ରତ୍ୟେକ ସ୍ତରରେ ରେଜିଷ୍ଟ୍ର ମେଂଟେନ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l