କୋରାପୁଟ ଜିଲ୍ଲା ସିଂଘାରୀ ନଦୀ ପୋଲ ଉପରେ ୨୦ ଫୁଟ ଉଚ୍ଚତାରେ ପାଣି, ଗମନାଗମନ ବିଛିନ୍ନ

କୋରାପୁଟ ଜିଲ୍ଲା ପ୍ରତିନିଧି- ରବି ଶଙ୍କର  ମହାପାତ୍ର): ଆଜି ଅପରାହ୍ନ ୨ଟା ସମୟରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ବି.ସିଂହପୁର  ନିକଟସ୍ଥ  ସିଂଘାରୀ ନଦୀ ଉପରେ ପ୍ରାୟ ୨୦ ଫୁଟ ଉଚ୍ଚତାରେ ବନ୍ୟାପାଣି ବହୁଛି  ।

ପ୍ରାପ୍ତ ସୂଚନା ମୁତାବକ ନଦୀ ଆରପାରିକୁ ଧାନ ବିଲକୁ ମଜୁରି ପାଇଁ  ଯାଇଥିବା ଶତାଧିକ ଶ୍ରମିକ ଘରକୁ ଫେରି  ନ ପାରି  ଅଟକି ରହିଛନ୍ତି । ବି. ସିଂହପୁର, ନାରିଗାଁ,କୁମୁଲି,କାମତା, କାଠରଗଡା, ଚମ୍ପାପଦର, ହରିଡାଗୁଡା ସମେତ ୧୦ଟି ପଞ୍ଚାୟତକୁ ବସ୍ ଚଳାଚଳ ବ୍ୟାହତ ହୋଇଥିଲାବେଳେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ଚାଲିଥିବା ପାଣି କମିବାର ସମ୍ଭାବନା ଖୁବ୍ କମ୍ ଦେଖାଯାଉଛି ।

Comments are closed.