Related Contents

ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଆରମ୍ଭ : ଆସନ୍ତା ୨୪ ଘଂଟା ମଧ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ

ଭୁବନେଶ୍ୱର (ମୋହିତ ତ୍ରିପାଠୀ) : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି  । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ପୁରୀ,କେନ୍ଦ୍ରାପଡା,ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଆଜିଠୁ ଆସନ୍ତା ତିନି ଦିନ ଧରି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କହିଛି । ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ କଲା ଏସଆରସି । ସବୁ ଅଫିସରକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜରୁରୀକାଳୀନ ବିଭାଗଗୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ ।ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି । ସବୁ କଂଟ୍ରୋଲ ରୁମ ସହ ସମନ୍ୱୟ ରଖଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

Comments are closed.