Related Contents

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗୁମା ପଞ୍ଚାୟତ ଲାକୁବାଡ଼ି ଗ୍ରାମବାସୀ

ରାୟଗଡା ସିଟି (ଗୋପୀନାଥ ଗୌଡ଼):  ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଦିନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମ୍ୟ ବିଦ୍ୟୁତୀକରଣକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁମା ପଞ୍ଚାୟତ ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହୋଇଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ୍‌ଆଇସି କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ସମସ୍ୟା ବିଷୟ ପଚାରି ବୁଝିଥିଲେ। ଗ୍ରାମର ୩୫ ପରିବାରକୁ ବିଦ୍ୟୁତ ସଂଯୋଗୀକରଣ କରାଯିବା ପରେ କ’ଣ ପ୍ରତିକ୍ରିୟା ରହିଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଗ୍ରାମବାସୀଙ୍କ ପ୍ରତିକ୍ରିୟାକୁ ଶିକ୍ଷକ ନୀଳାଞ୍ଚଳ ମିଶ୍ର ହିନ୍ଦୀ ଭାଷାରେ ଅନୁବାଦ କରି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବିଦ୍ୟୁତ ବିଭାଗର ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.