ଅବହେଳିତ ହୋଇ ପଡିଛି ୧୦୮ ବର୍ଷ ପୁରାତନ ଶ୍ରୀ ରଘୁନାଥ ମନ୍ଦିର

0
163

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୪/୧୧) : ବୌଦ୍ଧ ସହର ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀ ରଘୁନାଥ ମନ୍ଦିର । କିନ୍ତୁ ଏବେ ଅବହେଳିତ ହୋଇ ପଡିଛି ୧୦୮ ବର୍ଷ ପୁରାତନ ଶ୍ରୀ ରଘୁନାଥ ମନ୍ଦିର | ବୌଦ୍ଧ ରାଜା ଯୋଗୀନ୍ଦ୍ର ଦେବ ଙ୍କ ମଧ୍ୟମ ଭ୍ରାତା ବୈଦ୍ୟନାଥ ଦେବ ଙ୍କ ସହଧର୍ମିଣୀ ଶ୍ରୀମତୀ କେଶବପ୍ରିୟା ଦେବୀ ଙ୍କ ଦ୍ୱାରା ୧୯୧୩ ମସିହା ରେ ଉକ୍ତ ମନ୍ଦିର ପ୍ରତିଷ୍ଠା କରିଥିବା ଇତିହାସ ରୁ ଜଣା ପଡେ ।

କେଶବପ୍ରିୟା ଦେବୀ ୧୯୫୧ ମସିହା ରେ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ମନ୍ଦିର ର ସମସ୍ତ ରୀତିନୀତି ଯାନୀ ଯାତ୍ରା ର ଦାୟିତ୍ୱ ତୁଳାଇ ଆସୁଥିଲେ । ପରବର୍ତ୍ତୀ ସମୟରେ ଦେବତ୍ତର କମିସନର ଉକ୍ତ ମନ୍ଦିର କୁ ଦେବତ୍ତର ଆଇନ ଅନୁଯାୟୀ ପଞ୍ଜୀକୃତ କରି ଟ୍ରଷ୍ଟ ବୋର୍ଡ ମାଧ୍ୟମରେ ପରିଚାଳନା କରି ଆସୁଛନ୍ତି । ବତ୍ତର୍ମାନ ଅବହେଳିତ ହୋଇ ପଡିଛି ୧୦୮ ବର୍ଷ ପୁରାତନ ଶ୍ରୀ ରଘୁନାଥ ମନ୍ଦିର |

ମନ୍ଦିର ଟି ନାନା ସମସ୍ୟା ଭିତରେ ରହିଛି । ମନ୍ଦିର ର ପାଚେରୀ ଅସମ୍ପୂର୍ଣ୍ଣ ରହିଛି । ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଦିନ କୁ ଦିନ ଉଚ୍ଚ ହୋଇଯିବା ଫଳରେ ଟିକିଏ ବର୍ଷା ହେଲେ ହତାରେ ଆଣ୍ଠୁଏ ପାଣି ଜମି ରହୁଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ପ୍ରାଚୀନ ଧର୍ମାନୁଷ୍ଠାନ ମାନଙ୍କ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ଦୀପ ତଳ ଅନ୍ଧାର ଭଳି ରହିଯାଇଛି ଏହି ପ୍ରାଚୀନ ପୀଠ । କେବଳ ମିଳୁଛି ପ୍ରତିଶୃତି ପରେ ପ୍ରତିଶୃତି ।

ଶ୍ରୀ ରଘୁନାଥ ଙ୍କ କୌଣସି ଜମି ଭୂମି ନ ଥିବାରୁ ମନ୍ଦିର ପରିସରରେ ବିଭିନ୍ନ ବିବାହ, ବ୍ରତ କାର୍ଯ୍ୟରେ ବାସନ କୁସନ ଭଡାରୁ ଓ କିଛି ଷ୍ଟଳ ରୁ ଯାହା ଆଦାୟ ଆସେ ସେଥିରେ ଠାକୁର ଙ୍କ ଦୈନନ୍ଦିନ ନୀତି କାନ୍ତୀ ପରିଚାଳନା କରିଥାଏ । ଲକଡାଉନ ଭାଙ୍ଗି ଦେଇଛି ଅନୁଷ୍ଠାନ ର ମେରୁଦଣ୍ଡ । ବିବାହ, ବ୍ରତ ବନ୍ଦ ଥିବାରୁ ଆୟ ବନ୍ଦ । ଖାଳି ସେତିକି ନୁହେଁ, ମନ୍ଦିର ପରିସରରେ ଥିବା ଏକ ଗଛ କୁ ପ୍ରଶାସନ କାଟିବା ବେଳେ ଭାଙ୍ଗି ଦେଇଛି ମନ୍ଦିର ର ପାଣି ଟାଙ୍କି । ମନ୍ଦିର ରେ ପାନୀୟ ଜଳ ର ମଧ୍ୟ ଘୋର ଅଭାବ । ବିନା ପାଣି ରେ କିଏ ଆସିବ ଏଠାକୁ କାର୍ଯ୍ୟକ୍ରମ କରି ଯେ ଆୟ ମିଳିବ ।

ମନ୍ଦିର ପରିସରରେ ବିଭିନ୍ନ ସମୟରେ ହେଉଛି ସରକାରୀ ଅନୁଦାନ ରେ ନିର୍ମାଣ କାର୍ଯ୍ୟ କିନ୍ତୁ ଟ୍ରଷ୍ଟ ବୋର୍ଡ ପାଖରେ ସୂଚନା ନ ଥିବା ଅଭିଯୋଗ । ରାଜନୀତି ର ପଶା ପାଳି ରେ ସନ୍ତୁଳି ହେଉଛନ୍ତି ଶ୍ରୀ ରଘୁନାଥ ଠାକୁର । ଦିନକୁ ଦିନ ସୌନ୍ଦର୍ଯ୍ୟ ହରାଉଛି ଶ୍ରୀ ରଘୁନାଥ ଜୀଉ ମନ୍ଦିର । ଏହି ପୁରାତନ ମନ୍ଦିର ପ୍ରତି ଜିଲ୍ଲା ପ୍ରଶାସନ ର ନଜର କେବେ ପଡୁଛି ଦେଖିବାକୁ ବାକି ରହିଲା ।