Related Contents

ବିଜ୍ଞାପନ କରି ବିବାଦରେ ଅମିତାଭ ବଚ୍ଚନ ଓ ଝିଅ ଶ୍ୱେତା ବଚ୍ଚନ 

ମୁମ୍ବାଇ : ଏକ ଗହଣା ପ୍ରତିଷ୍ଠାନ ପାଇଁ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା କରିଥିବା ବିଜ୍ଞାପନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି ।

ଏହି ଦେଢ଼ ମିନିଟର ବିଜ୍ଞାପନକୁ ଏକ ବ୍ୟାଙ୍କ ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ତରଫରୁ କୁହାଯାଇଛି ଏହି ଆଡଭର୍ଟାଇଜ୍ ଦ୍ୱାରା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଖରାପ ଭାବରେ ପ୍ରଦର୍ଶିତ କରାଯାଇଛି । ବିଜ୍ଞାପନ କରିଥିବା ଗହଣା ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ ଧମକ ଦିଆଯାଇଛି ।ଏହି ବିବାଦ ସୃ୍ଷ୍ଟି ହେବା ପରେ ଗହଣା ପ୍ରତିଷ୍ଠାନ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ ବିଜ୍ଞାପନଟି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ । ଏଥିରେ କୈାଣସି ସ୍ଥାନରେ ବ୍ୟାଙ୍କକୁ ଖରାପ ଦୃଷ୍ଟିରେ ଉପସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇନାହିଁ । ଏହି ବିଜ୍ଞାପନରେ ଅମିତାଭ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିଥିବାବେଳେ ଶ୍ୱେତା ତାଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି ।

Comments are closed.