Related Contents

ପୋଷାକ ସିଲେଇ ତାଲିମ କେନ୍ଦ୍ର ଓ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଇକିଆ (ଜଗଦୀଶ ଦାସ ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ବଜାର ଠାରେ ଥିବା ଟାଉନ ହଲ ଗୃହରେ ପୋଷାକ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି |

ଏହାକୁ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦ ଡି ଙ୍କ ଦ୍ୱାରା ଉଦଘାଟିତ ହୋଇଛି | ଏହି ଉଦଘାଟନ ଉତ୍ସବରେ ରାଇକିଆ ବିଡ଼ିଓ ଦାୟିତ୍ୱରେ ଥିବା ଶୁଭ ଦତ୍ତାତ୍ରେୟ ବାହିନୀ ପାଟି, ରାଇକିଆ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ,ରାଇକିଆ ସରପଞ୍ଚ ପଂଚୁ ପ୍ରଧାନ, ସମିତି ସଭ୍ୟା ମିନି ନାୟକ,ଓରମାସ ର ଜ୍ୟୋତି ପ୍ରକାଶ ମହାନ୍ତି ଙ୍କ ସହ ଅନେକ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଉକ୍ତ ତାଲିମ କେନ୍ଦ୍ରକୁ ୩୦ଗୋଟି ସିଲେଇ ମେସିନ ଆସିଛି ମହିଳା ମାନଙ୍କ ସିଲେଇ ତାଲିମ ଦେବା ପାଇଁ | ସେହିପରି ରାଇକିଆ ର ମୁଖ୍ୟ ଛକ ଠାରେ ରାଇକିଆ ଗ୍ରାମପଂଚାୟତ ତରଫରୁ ସର୍ବସାଧାରଣଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ ହୋଇଥିଲା | ଏହି ଜଳ ପ୍ରକଳ୍ପ ଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ସରପଞ୍ଚ ପଂଚୁ ପ୍ରଧାନ କହିଥିଲେ |

Comments are closed.