Related Contents

ତଲିଉଡାର ଗାଁରେ କୂଅରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ଲୋଇସିଂହା (ବିମଳେନ୍ଦୁ ସାହୁ / ସରୋଜ ବିଶ୍ୱାଳ ):  ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତାଲିଉଡାର ଗ୍ରାମର କେନ୍ଦୁପତ୍ର ଫଡ଼ି ନିକଟରେ ଥିବା ଏକ କୁଅରୁ ଆଜି ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ପୁଲିସ ଜବତ କରିଛି ।

ମୃତା ଯୁବତୀଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ବେଳେ ସେ ନିକଟସ୍ଥ ବୁରୋମୁଣ୍ଡା ଗ୍ରାମର ବୋଲି କିଛି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଆଜି କିଛି ବ୍ୟକ୍ତି କୂଅରେ ମୃତଦେହ ଭାସୁଥିବା ଦେଖିବାକୁ ପାଇ ପୋଲିସରେ ଖବର ଦେଇଥିଲେ । ବଲାଙ୍ଗୀର ସଦର ପୋଲିସ ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି । ମୃତା ଯୁବତୀଙ୍କ ଆନୁମାନିକ ବୟସ ୨୨ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ ଦେହଟି ଗଳିତ ଅବସ୍ଥାରେ ଥିବାରୁ ତାହା ପ୍ରାୟ ୫/୭ ଦିନ ତଳର ବୋଲି ପୋଲିସ ଅନୁମାନ କରୁଛି । ମୃତ ଦେହର ଉପରି ଭାଗରେ କୌଣସି ପୋଷାକ ନ ଥିବା ବେଳେ ଅନ୍ୟ କେଉଁଠି ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ପରେ ପୋଲିସ ଉକ୍ତ ମୃତା ଝିଅ ଟି ବୀଣା ସାହୁ, ସେ ବୁରୋମୁଣ୍ଡା ଗ୍ରାମର ହୃଷିକେଶ ସାହୁ ଙ୍କ ଝିଅ ବୋଲି ଜାଣିବାକୁ ପାଇଥିଲା | ତାଙ୍କ ପରିବାରକୁ ଖବର ଦିଆଯାଇଥିଲା ଓ ତା ବାପା କହିବା ଅନୁସାରେ ସେ ଝିଅଟିର ମାନସିକ ସ୍ଥିତି ଠିକ ନ ଥିଲା ଆଉ ଦୀର୍ଘ ଦିନ ହେବ ଘରୁ କୁଆଡେ ଚାଲି ଯାଇଥିଲା ଓ ପରିବାର ଲୋକେ ଖୋଜା ଖୋଜି କରୁଥିଲେ | ହେଲେ ଉକ୍ତ ଘଟଣା ଟି ସାରା ଅଂଚଳରେ ଚହଳ ପକେଇଦେଇଛି ଯେ ହତ୍ୟା ନ ଆତ୍ମହତ୍ୟା ସନ୍ଦେହ ଘେରରେ |

Comments are closed.