Related Contents

ଘଂଚ ଜଙ୍ଗଲରେ ପରିପୂର୍ଣ ମାଓବାଦୀଙ୍କ ଲାଲଗଡ ଇଲାକାକୁ ମହିଳା ଜ଼ିଲ୍ଲାପାଳଙ୍କ ଅଚାନକ ଗସ୍ତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ମୁନିଗୁଡା ବ୍ଲକର ଚିର ଅବହେଳିତ ଘଂଚ ଜଙ୍ଗଲରେ ପରିପୂର୍ଣ ମାଓବାଦୀଙ୍କ ଲାଲଗଡ ଇଲାକାକୁ ମହିଳା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତପଶ କୁମାରଙ୍କ ଅଚାନକ ରଘୁବରୀ ଓ ଡ଼ିମିରିଗୁଡା ପଂଚାୟତ ଗସ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ମନରେ ଆଲୋଡନ ସୃଷ୍ଟି କରିଦେଇଛି |

ଯେଉଁ ଇଲାକାର ଲୋକମାନେ ବିଗତ ଦିନରେ ରାୟଗଡ଼ ଆସି ଜ଼ିଲ୍ଲାପାଳଙ୍କୁ ମିସିପାରୁନଥିଲେ କିନ୍ତୁ ଏହି ଇଲାକାର ଲୋକମାନେ ନିଜ ଅଂଚଳରେ ଜ଼ିଲ୍ଲାପାଳଙ୍କୁ ଦେଖି ବିସ୍ଵାଶ କରିପରୁନଥିଲେ ଯେ ଜ଼ିଲ୍ଲାପାଳ ସେମାନଙ୍କ ନିକଟରେ ଆସି ପହଂଚିଛନ୍ତି ବୋଲି | ଏହା କଣ ସ୍ବପ୍ନ ନ ବାସ୍ତବ ଭାବି ଚକିତ ହୋଇଯାଇଥିଲେ | ଗତ କିଛିଦିନ ତଳେ ଆମ୍ବଦୋଳା ଠାରେ ଉଭୟ ରଘୁବରୀ ଓ ଡ଼ିମିଇଗୁଡ଼ା ପଂଚାୟତର ସହସ୍ରାଧିକ ଲୋକ ମୁଖ୍ୟ ରାସ୍ତା ୧୨ ଘଣ୍ଟା ଧରି ଅବରୋଧ କରିଥିଲେ | ଏହାପରେ ରାୟଗଡା ଜ଼ିଲ୍ଲାପାଳ ଗୁହା ପୂନମ ତପଶ କୁମାର ଦୁର୍ଗମ ପାହାଡ଼ରେ ପରିପୂର୍ଣ ମାଓବାଦୀଙ୍କ ଲାଲଗଡ ଅଂଚଳ ପରିଦର୍ଶନ କରି ଉନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ କରିଥିଲେ | ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ଚାଲିଥିବା ରଘୁବରୀ ଘାଟି ରାସ୍ତା କାର୍ଯ୍ୟ ସଂମ୍ପନ୍ନ ହୋଇପାରିନଥିବାରୁ ଉକ୍ତ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ | ଜ଼ିଲ୍ଲାପାଳ ପ୍ରାୟ ୫ କି ମି ରାସ୍ତା ଚାଲି ଚାଲି ଖାଲିଗୁଡାଠାରେ ପହଂଚିଥିଲେ | ଡ଼ିମିରିଗୁଡା ଖଲିଆଗୁଡାକୁ ସଂଯୋଗ ପାଇଁ ଆବଶ୍ୟକ ହେଉଥିବା ପୋଲ ନିର୍ମାଣ ସ୍ଥାନ ବିଜୁ ପକ୍କା ଘର ନିର୍ମାଣ ତଦାରଖ କରିଥିଲେ |

ସେଠାରେ ଲୋକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ପଚାରି ବୁଝିଥିଲେ ଓ ଖଲିଆଗୁଡା ଠାରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଏ ଏନ ଏମ କେନ୍ଦ୍ର ଖୋଲିବା ନିମନ୍ତେ ନିର୍ଦେଶ ଦେଇଥିଲେ | ଖଲିଆଗୁଡା ଠାରେ ଉନ୍ନତ ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ସ୍କୁଲ ପରିଚାଳନା ବ୍ୟବସ୍ଥା ଓ ଛାତ୍ର ଛାତ୍ରୀ ଉପସ୍ଥାପନ କମ ଥିବାରୁ ଜ଼ିଲ୍ଲାପାଳ ବିରକ୍ତ ହୋଇଥିଲେ ଓ ପରିସ୍ଥିତି ସୁଧାର ଆଣିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ | ଏହି ଅଂଚଳର କାର୍ଯ୍ୟକ୍ଷମ ହେଉନଥିବା ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଥିଲେ | ଡ଼ିମିରିଗୁଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସ ରଘୁବରୀ ଓ ଇଚ୍ଛାପୁର ଛାତ୍ରାବାସକୁ ଯାଇ ପିଲାଙ୍କ ଅଭାବ ଅସୁବିଧା ସମ୍ପର୍କରେ ବୁଝିଥିଲେ | ବିଦ୍ୟାଳୟର ପରିମଳ ଶୌଚାଳୟ ପିଇବା ପାଣିର ବ୍ୟବସ୍ତା ତଦାରଖ କରିଥିଲେ ଇଚ୍ଛାପୁର ଛାତ୍ରୀନିବାସରେ ପରିଚାଳକ ରହୁନଥିବାରୁ ତାଗିଦ କରିଥିଲେ ଓ ସବୁଦିନେ ରହିବl ନିମନ୍ତେ ନିର୍ଦେଶ ଦେଇଥିଲେ | ଏଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ | ଯୁଦ୍ଧ କାଳୀନ ଭିତିରେ ରଘୁବରୀ ଘାଟି କାମ ସମ୍ପୂର୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ | ସ୍ଥାନୀୟ ନେତା ଚିତ୍ରସେନ ସୁନାଙ୍କ ନେତୃତ୍ୱରେ ବହୁ ଲୋକ ଜ଼ିଲ୍ଲାପାଳଂକୁ ସ୍ୱାଗତ ସମ୍ବର୍ଧନା କରିଥିଲେ | ଜ଼ିଲ୍ଲାପାଳ ଆମ ଅଂଚଳକୁ ଆସିଛନ୍ତି ଆମର ବିକାଶ ବର୍ତ୍ତମାନଠାରୁ ଆରମ୍ଭ ହେଲା ବୋଲି କହିଥିଲେ | ଜ଼ିଲ୍ଲାପାଳଙ୍କ ସହିତ ଗୁଣୁପୁର ପି ଏ ଆଇ ଟି ଡି ଏ ଗୋରାଚାନ୍ଦ ଗମାଙ୍ଗ, ମୁନିଗୁଡା ବି ଡି ଓ ଦିଲ୍ଲୀପ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମଣ୍ଡଳ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ମୋତୀଲା ତିୱାରୀ, ଜ଼ିଲ୍ଲା କଲ୍ୟାଣ ଅଧିକାର ନନ୍ଦଲାଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.