Thursday, March 28, 2024

Top 5 This Week

Related Posts

ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକରୁ ପୁଲିସ୍‌ ଭ୍ୟାନ୍‌ରୁ ଶାଗୁଆନ କାଠ ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି,(୦୩/୧୧) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରୁ ଏକ ପୁଲିସ ଭ୍ୟାନରୁ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ପୁଲିସ ବିଭାଗର ତିନି ଜଣ ପୁଲିସ କର୍ମଚାରୀ ଓ ଆଉ ଜଣେ ପୁଲିସ ବିଭାଗର ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି ।ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍

ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକରୁ ବନ ବିଭାଗ ଆଖିରେ ଧୂଳି ଦେଇ ଖସିଯିବାକୁ ପୁଲିସ ଭ୍ୟାନରେ ହେଉଥିଲା ଚୋରାକାଠ ଚାଲାଣ । ଗାଡ଼ିରେ ଥିଲେ ଚାରି ପୁଲିସ କର୍ମଚାରୀ । ଗାଡ଼ିଟି ପୁଲିସ ବିଭାଗ ର ତୃତୀୟ ବାଟାଲିୟନ ଓଏସଏପି ବୋଲି ଜଣାପଡ଼ିଛି । ଗାଡିରେ ୧୦୦ ରୁ ଅଧିକ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୬୦ ରୁ ୭୦ ହଜାର ଟଙ୍କା ହେବ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ କର୍ମଚାରୀ ଡ୍ୟୁଟି ସାରି ଫେରୁଥିବା ବେଳେ ଫରେଷ୍ଟ ଗେଟ୍ ଦେଇ ପୁଲିସ ଗାଡିଟି ଯାଇଥିଲା । ବନ ବିଭାଗ କର୍ମଚାରୀ ଏହି ଗାଡ଼ିଟି ଅଟକାଇଥିଲେ । ହେଲେ ଗାଡ଼ି ନ ଅଟକି ପଳାଇଯାଇଥିଲା । ପରେ ବନ ବିଭାଗ କର୍ମଚାରୀ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ଗାଡି ଯାଞ୍ଚ କଲା ବେଳେ ଗାଡ଼ିରୁ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଥିଲା ।

ଏହି ଶାଗୁଆନ କାଠ ଗଣ୍ଡି ଗୁଡ଼ିକ ଗଣ୍ଡହାତୀରୁ ଗାଁରୁ ଆସିଥିଲା । ଏହା ପାରଳାଖେମୁଣ୍ଡି ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ପୁଲିସ ଗାଡ଼ିର ଡ୍ରାଇଭର କହିଛନ୍ତି । ଏତେ ପରିମାଣ କାଠ କୁଆଡ଼େ ଚାଲାଣ ହେଉଥିଲା, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ବନ ବିଭାଗ । ଏହି ଘଟଣାର ପଛରେ ବିଭାଗର ବଡ ଅଧିକାରୀଙ୍କ ହାତ ଥିବା ସନ୍ଦେହ ହେଉଛି ।

Popular Articles