ଜି-ଟ୍ୱେଣ୍ଟି ସମ୍ମିଳନୀ ଶେଷ କରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ

0
154

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୩/୧୧) : ୫ ଦିନିଆ ରୋମ୍‌ ଏବଂ ଗ୍ଲାସଗାଓ ଗସ୍ତସାରି ଭାରତ ଫେରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଜି-ଟ୍ୱେଣ୍ଟି ସମ୍ମିଳନୀ ଏବଂ COP26 ୟୁଏନ୍‌ କ୍ଲାଇମେଟ ଚେଞ୍ଚ କନ୍‌ଫରେନ୍ସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସ୍ୱଦେଶ ଫେରିଆସିଛନ୍ତି ମୋଦି ।

ଜି-ଟ୍ୱେଣ୍ଟି ସମ୍ମିଳନୀ ଶେଷ ହେବା ପରେ ମୋଦିଙ୍କୁ ଏକ ଭାବବିହ୍ୱଳ ପରିବେଶରେ ବିଦାୟ ଦିଆଯାଇଥିଲା । ସେଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ପକ୍ଷରୁ ସମସ୍ତେ ପାରମ୍ପରିକ ଧଳା ରଙ୍ଗର ଡ୍ରେସ ପରିଧାନ କରି ମୋଦିଙ୍କୁ ବିଦାୟ ଜଣାଇଥିଲେ । ଭାରତ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଡ୍ରମ ବଜାଇଥିଲେ । ତେବେ COP26 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଏବଂ ଗୋଟିଏ ଗ୍ରିଡ୍‌ ସମାଧାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ସିଓପି୨୬ ସମ୍ମିଳନୀରେ ଯୋଗଦେବା ଅବସରରେ ବ୍ରିଟେନ, ଇସ୍ରାଏଲ, ୟୁକ୍ରେନ, ନେପାଳ ଆଦି ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷକ ଆଲୋଚନା କରିଥିଲେ । ମୋଦି ତାଙ୍କ ଇସ୍ରାଏଲୀ ପ୍ରତିପକ୍ଷ ନଫ୍‌ତଲି ବେନ୍ନେଟଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ କଥାବାର୍ତ୍ତା‌ କରିଛନ୍ତି । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୋଇଛି ବୋଲି ମୋଦି କହିଛନ୍ତି ।

ମୋଦି ଏବଂ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ସୋସିଆଲ ମିଡିଆରେ ଜାରି ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ଇସ୍ରାଏଲରେ ଆପଣ ସବୁଠୁ ଲୋକପ୍ରିୟ । ଇସ୍ରାଏଲ ଆସି ‌ମୋ ଦଳରେ ଯୋଗ ଦିଅନ୍ତୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ମୋଦି ଖୁବ୍‌ ଜୋର ହସିଥିବା ଭିଡିଓଟିରେ ଦେଖିବାକୁ ମିଳିଛି ।