ଫେସ୍‌ ରେକଗନିଜସନ ସର୍ଭିସ ବନ୍ଦ କଲା ଫେସ୍‌ବୁକ

0
169

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୩/୧୧) : ସୋସିଆଲ ମିଡିଆ ର ଲୋକପ୍ରିୟ ପ୍ଲାଟଫର୍ମ ଫେସ୍‌ବୁକ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଫେସ୍‌ବୁକ ବନ୍ଦ କଲା ଫେସ୍‌ ରେକଗନିଜସନ ସର୍ଭିସ । ଫେସ୍‌ବୁକ କମ୍ପାନୀର ଉପ ସଭାପତି ଜେର୍ମୋ ପେସେନ୍ତି ଏହି ଘୋଷଣା କରିଛନ୍ତି ।

ଏହି ଫେସ୍‌ ରେକଗନିଜସନ ସର୍ଭିସ ବନ୍ଦ ହୋଇଯିବା ପରେ ଲୋକେ ଆଉ ଫଟୋ କିମ୍ବା ଭିଡିଓକୁ ସ୍ୱୟଂକ୍ରିୟ ଭାବରେ ଚିହ୍ନଟ କରିପାରିବେ ନାହିଁ । ଫେସ୍‌ବୁକରେ ଆମେ ଏହି ବ୍ୟବସ୍ଥା ବନ୍ଦ କରିଦେଇଛୁ । ୟୁଜରମାନେ ଆଉ ଏହି ସୁବିଧା ପାଇପାରିବେ ନାହିଁ । ଆମେ ଏକ ବିଲିୟନ ରୁ ଅଧିକ ଆକାଉଣ୍ଟରୁ ଫେସିଆଲ ରେକଗନିଜନ ଟେମ୍ପେଲେଟସ୍‌ ଡିଲିଟ କରିଦେଇଛୁ ବୋଲି କମ୍ପାନୀର ଉପ ସଭାପତି କହିଛନ୍ତି । ଯେଉଁମାନେ ଏହି ଅପସନ୍‌ ବାଛିଛନ୍ତି ସେମାନେ ଆଉ ଫଟୋ ଏବଂ ଭିଡିଓ ରେ ସ୍ୱୟଂଚାଳିତ ଭାବେ ଚିହ୍ନଟ ହେବେ ନାହିଁ ।

ସୋଶାଲ ମିଡିଆରେ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଫେସ୍‌ବୁକ୍ ପକ୍ଷରୁ କୁହାଯାଇଛି । ପୂର୍ବରୁ ଫେସ୍‌ବୁକ୍‌ର CEO ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଫେସ୍‌ବୁକ୍‌ ନା ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ଫେସ୍‌ବୁକର ମୂଳ କମ୍ପାନୀର ନାଁ ରହିବ ‘ମେଟା’ ରହବି ବୋଲି ଘୋଷଣା କରାଯାଇଥିଲା ।

କଂପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସ୍‌ବୁକ, ଇନଷ୍ଟାଗ୍ରାମ୍‌, ହ୍ୱାଟସ୍‌ଆପ୍‌ର ନାଁ ଅପରିବର୍ତ୍ତିତ ରହିବ । ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ ।