Friday, March 29, 2024

Top 5 This Week

Related Posts

ଆସନ୍ତା ଶିଶୁ ଦିବସ ଉପଲକ୍ଷେ ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୦୧/୧୧) : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ରାୟଗଡ ଉପଖଣ୍ଡ ଓ ଗ୍ରାମାଞ୍ଚଳର ୮ ରୁ ୧୪ ବର୍ଷ ବୟସ୍କ ସମସ୍ତ ଚିତ୍ର ପ୍ରତିଯୋଗୀଙ୍କୁ ନେଇ ଆସନ୍ତା ୧୪.୧୧.୨୦୨୧ ତାରିଖ ସକାଳ ୯ ଘଟିକରୁ ୧୧ ଘଟିକା ମଧ୍ୟରେ ଆସନ୍ତା ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଶ୍ରେଷ୍ଠ ବିବେଚିତ ତିନିଜଣଙ୍କ ଚିତ୍ରାଙ୍କନ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ପଠାଯିବ ଏବଂ ସେହି ୩ଜଣଙ୍କୁ ରାୟଗଡ଼ରେ ପୁରସ୍କୃତ କରାଯିବ। ସେହି ତିନୋଟି ଚିତ୍ର ମଧ୍ୟରୁ ରାଜ୍ୟ ସ୍ତରରେ ମଧ୍ୟ ଚୟନ କରାଯିବ ଓ ଶ୍ରେଷ୍ଠ ଚିତ୍ର ଆସନ୍ତା ବର୍ଷ ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନିତ କରାଯିବ । ରାୟଗଡର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜିସିଡି ଉଚ୍ଚ ବିଦ୍ୟାଳୟ, କଲ୍ୟାଣସିଂହପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀପୁର ସ୍ଥିତ ସହକାରୀ ଉଚ୍ଚ ବିଦ୍ୟାଳୟ, କୋଳନରା ସ୍ଥିତ ଜଗଦମ୍ବ। ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୧୪.୧୧.୨୦୨୧ ତାରିଖ ସକାଳ ୯ ଘଟିକାରୁ ୧୧ଘଟିକା ମଧ୍ୟରେ କୋଭିଡ ନିୟମ ପାଳନ ପୂର୍ବକ ଆସନ୍ତା ଶିଶୁ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ପ୍ରତିଯୋଗିତାର ବିଷୟବସ୍ତୁ “ଶିଶୁ ପାଇଁ ପରିବାରର ମହତ୍ବ” significance of family for children ରହିବ ।

ଚିତ୍ରାଙ୍କନ, କାଗଜର ଏକ ଚଉଠ ୧୬ x ୧୪ , ୩୦୦ ଜିଏସଏମ ସହ ପାଣିରଙ୍ଗ, ସ୍କେଚ କଲମ, କ୍ରେୟନ ରଙ୍ଗ, ପେନସିଲ ରଙ୍ଗ, ଏକ୍ରିଲିକ ରଙ୍ଗ, ଚାରକୋଲ ରଙ୍ଗ, ସାଦl ପେନସିଲ ବ୍ୟବହାର କରିପାରିବେ । ଏ ବିଷୟରେ ଅଧିକ ବିବରଣୀ ଜାଣିବା ନିମନ୍ତେ ଶତ୍ରୁଘନ ମଲ୍ଲିକ ୮୯୧୭୫୪୩୯୦୮, ମନୋଜ କୁମାର ଗୌଡ଼ ୯୯୩୮୩୮୨୪୫, ବଳଦେବ ନାୟକ ୮୨୪୯୪୪୫୦୭୮, ପରିବାର ଅଦାଲତ କାଉନସିଲର ୭୦୦୮୮୦୧୧୦୩ କିମ୍ବା ପରିବାର ଅଦାଲତର ଲ୍ୟାଣ୍ଡ ଫୋନ ୦୬୮୫୬ ୨୩୫୫୪୪ କୁ ଫୋନ କରି ବିସ୍ତୃତ ବିବରଣୀ ଜାଣି ପାରିବେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles