Related Contents

କୋରାପୁଟ ଟାଉନ ଥାନାରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

କୋରାପୁଟ (ରବି ଶଙ୍କର ମହାପାତ୍ର): ସ୍ଥାନୀୟ ପୁଜାରୀପୁଟ ନିବାସୀ ଶାଇଶଙ୍କର ପଟ୍ଟନାୟକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଆରତୀ ସାମଲ।

ଅଭିଯୋଗ ପ୍ରକାରେ ଢେଙ୍କାନାଳ ଜିଲ୍ଲାର ଆରତୀ ସାମଲ ନାମକ ଯୁବତୀ କୋରାପୁଟ ସହରର ପୁଜାରୀପୁଟ ନିବାସୀ ଶାଇଶଙ୍କର ପଟ୍ଟନାୟକଙ୍କୁ ବୈଦିକ ରୀତିରେ ୨୦୧୫ ମସିହା ଏପ୍ରିଲ ୪ ତାରିଖରେ ବିବାହ କରିଥିଲେ ।ବିବାହ ସମୟରେ  ଯୌତୁକ ବାବଦରେ ନଗଦ ୩ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଓ ୩୦ ଭରି ରୂପା ଅଳଙ୍କାର ପ୍ରଦାନ କରିଥିଲେ  । କିନ୍ତୁ ବିବାହ ପରେ ଶାଇଶଙ୍କର ଆରତୀଙ୍କୁ  ନିଜ ଘରକୁ ନ ନେଇ ହାଇଦ୍ରାବାଦ ସ୍ଥିତ ତାଙ୍କ ଭଉଣୀ ସୁଦେଷ୍ଣା ପଟ୍ଟନାୟକଙ୍କ ଘରେ ଏକ ମାସ ପର୍ଯନ୍ତ ରଖିଥିଲେ। ସେଠାରେ ଅଧିକ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ  ।ଆରତୀ ଅନ୍ତଃସତ୍ବା ହୋଇଥିବାରୁ ଏକ ପଡୋଶୀଙ୍କ ସହ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଥିଲେ  ।ଇତିମଧ୍ୟରେ ସେ ଅନ୍ୟ ଏକ ବିବାହ କରିବାକୁ ମସୁଧା କରୁଥିବା କଥା ଜାଣିପାରି ଆରତୀ ଥାନାରେ ଅଭିଯୋଗ କରିଥିଲେ  ।ମାଲକାନଗିରି ଜିଲ୍ଲାରେ ଏଥି ପୂର୍ବରୁ ବିବାହ କରି ଅନୁରୁପ ଭାବେ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବତୀ ୨୦୧୫ ମସିହାରେ ଥାନାରେ ଅଭିଯୋଗ କରିଥବା ବିଷୟ  ଥାନାକୁ ଆସିବା ପରେ ଆରତୀ ଜାଣିବାକୁ ପାଇଥିଲେ।  ସେ ଶାଇଶଙ୍କରଙ୍କ ୩ୟ ପତ୍ନୀ ବୋଲି ଜାଣିପାରିଥିଲେ। ଏହି ଅଭିଯୋଗ ଦାଖଲ ସମୟରେ ଆନ୍ତର୍ଜାତିକ ମାନବାଧିକାର କାଉନ୍ସିଲର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ, ରାଜ୍ୟ ସମ୍ପାଦକ ଶିବନାରାୟଣ ପାତ୍ର, ପ୍ରଣବ ଦାସ, ଦୁର୍ନୀତି ନିବାରଣ ଅଧିକାରୀ ଶିବଶଙ୍କର ସାହୁ, ନବରଙ୍ଗପୁର ଜିଲ୍ଲା ଉପ ସଭାପତି ଏ ସତୀଶ, ସମ୍ପାଦକ ଶ୍ରୀଧର ପାତ୍ର,ସଭ୍ୟ ବିଶ୍ବନାଥ ପାତ୍ର, ମଧୁସୂଦନ ସାହୁ, ଜଗନ୍ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.