Related Contents

ନିଆଁରେ ପୋଡିହୋଇ ମହିଳାଙ୍କ ମୃତ୍ୟୁ

ଲୋଇସିଂହା (ବିମଳେନ୍ଦୁ ସାହୁ): ଲୋଇସିଂହା ଥାନା ବୁର୍ଡା ଗାଁରେ ଆଜି ଅପରାହ୍ନ ୪ଟା ସମୟରେ ନିଆଁ ରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ମୃତା ମହିଳା ଜଣକ ହେଲେ ଚୁଡାମଣି ସାହୁଙ୍କ ସ୍ତ୍ରୀ ରୁକ୍ମଣୀ । ଚୁଡାମଣି ଏବଂ ତାଙ୍କ ମାଆ କାମ କରିବା ସକାଶେ ଅନ୍ୟତ୍ର ଯାଇଥିବା ବେଳେ ରୁକ୍ମଣୀ ଘରେ ଥିଲେ । ସେ ଘର ଭିତର ପଟୁ କବାଟ ବନ୍ଦ କରିଦେଇ ନିଜ ଦେହରେ କିରସିନୀ ଢାଳି ଆତ୍ମହତ୍ୟା କରିଥିବା ନେଇ ଚୁଡାମଣି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି ।

Comments are closed.