Related Contents

ଜଙ୍ଗଲ ଜମି ପଟ୍ଟା ପାଇଁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

କୋଳନରା (ଗୋପୀନାଥ କୋଂଡଗିରି) : ରାୟଗଡା ଜିଲ୍ଲା, କୋଳନର ବ୍ଲକ ବଡଖିଲାପଦର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜଙ୍ଗଲ ଅଧିକାର ଏବଂ ଘର ଡିହ ପଟ୍ଟା ଉପରେ କୋଳନର ବ୍ଲକ PTFO ଉପସଭାପତି ଉର୍ମିଳା ହିକକା ଏବଂ ପଂଚାୟତ ସଂଯୋଜକ ଶ୍ରୀ ସୁରେନ୍ଦ୍ର କଂଡଗିରିଙ୍କ ଅଧ୍ୟକ୍ଷତାରେ କର୍ମଶାଳାଟି ଅନୁଷ୍ଠିତ କରାଯାଇଥିଲା |

ଏହି ବୈଠକରେ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମର ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ | ଏହି ପଂଚାୟତରେ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଅଧିକାର ଆଇନ୍ରେ ଜଙ୍ଗଲ ଜମି ପଟ୍ଟା କେହି ପାଇଁ ନାହାନ୍ତି | ଏଣୁ ବର୍ତ୍ତମାନ ଦାବି ଫର୍ମ ପୁରାଣ କରି ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଜାରିରହିବ ବୋଲି ଉପସଭାପତି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି | ଆଗାମୀ ଡିସେମ୍ବର ଜାନୁଆରୀ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ରାଲି ମାଧ୍ୟମରେ ଆନ୍ଦୋଳନ କରାଯିବ | ଯେହେତୁ ୨୦୦୭-୦୮ ମସିହାଠାରୁ ଦାବି ଫର୍ମ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ | ଯେଉଁମାନେ ବି ପାଇଛନ୍ତି ସେମାନଙ୍କ ଅଧିକାର ମୁତାବକ ପାଇଁ ନାହାନ୍ତି ବୋଲି ସୂଚନା ଦେଇଥିଲେ |

Comments are closed.