Related Contents

ବରପାଲି ରେଲୱେ ଲେବେଲ କ୍ରସିଂ ରେ ଡିଭାଇଡର ବ୍ୟାରିକେଡ଼

ବରପାଲି ( ବାଳ କିଶୋର ଖାଡ଼ଙ୍ଗା ): ବରପାଲି ସହରର ଜନଗହଳି ପୁର୍ଣ ଜଗନ୍ନାଥ ରୋଡ଼ ଦେଇ ଯାଇଥିବା ରେଲୱେ ଲାଇନରେ ଥିବା ଲେବେଲ କ୍ରସିଂ ଠାରେ ରେଳ ଆସିବା ବେଳେ ଗେଟ ବନ୍ଦ ରହିବାରୁ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ଟ୍ରାଫିକ ସମସ୍ୟା ଦେଖା ଦେଇ ପ୍ରତ୍ୟେହ ଛୋଟ ମୋଟ ଦୁର୍ଘଟଣା ମାନ ହୋଇଥାଏ |

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବରପାଲିର ଅନ୍ୟତମ ଅଗ୍ରଣୀ ସାମାଜିକ ସେବା ସଂସ୍ଥା “ଲାଇଫ ଲାଇନ” ତରଫରୁ ଏଠାରେ ଗେଟର ଉଭୟ ପାର୍ଶ୍ୱ ରେ ରୋଡ଼ ଡିଭାଇଡର ର ବ୍ୟବସ୍ଥା କରାଯାଇଛି | ଏହି ଅବସରରେ ଆଜି ସ୍ଥାନୀୟ ବିଧାୟିକା ଶ୍ରୀମତୀ ରିତା ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଡ଼ାଫଦର, ଏନଏସି ଅଧ୍ୟକ୍ଷ ମିନା ସେଠ,ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ , ସ୍ଥାନୀୟ ପୋଲିସ ଆଇଆଇସି ଙ୍କ ସମେତ ଗୌରହରି ମିଶ୍ର, ସରୋଜ ତ୍ରିପାଠୀ, ଗିରିଧାରୀ ପାଣିଗ୍ରାହୀ, ଗୋଲକୁଲ ଗହୀରଙ୍କ ସମେତ ଶତାଧିକ ସଂଖ୍ୟାରେ ଲାଇଫ ଲାଇନର ସଭ୍ୟ ଉପସ୍ଥିତ ଥିଲେ | ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଏହା କରାଯାଇଥିବାରୁ ଏହାର ସଦୁପଯୋଗ କରିବା ପାଇଁ ଲାଇଫ ଲାଇନ ର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଅନୁରୋଧ କରିଛନ୍ତି |

Comments are closed.