Related Contents

ବରୁଆଗୁଡା ବଳାତ୍କାର ଘଟଣାର ତଦନ୍ତ ଦାବି କଲା ଚାଇଲଡ ଲାଇନ

ବୈପାରୀଗୁଡା (ଏନ .ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଂଚାୟତ ବରୁଆଗୁଡା ଗ୍ରାମର ନାବାଳିକା ବଳାତ୍କାର ଘଟଣାର ତଦନ୍ତ ପାଇଁ ଅଂଟା ଭିଡିଛି ଚାଇଲଡ ଲାଇନ |

ବୋରିଗୁମ୍ମା ସ୍ଥିତ ଚାଇଲଡ ଲାଇନ ର ଏକ ଚାରି ଜଣିଆ ଟିମ ପଡ଼ିତାଙ୍କ ଗ୍ରାମ ବରୁଆଗୁଡା ଯାଇ ପିଡୀତଙ୍କ ବୟାନ ରେକର୍ଡ କରିଥିଲେ | ତାପରେ ବୈପାରୀଗୁଡା ଥାନାରୁ ଏହି ମାମଲା ସମ୍ପର୍କରେ ବୁଝିଥିଲେ ପରେ ଏଫଆଇଆର କପି ସଂଗ୍ରହ କରିଥିଲେ |ଚାଇଲଡ ଲାଇନ ସଦସ୍ୟ କହିବା ଅନୁସାରେ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇଦେବା ସହ ପାଠପଢ଼ାରେ ସହଯୋଗ କରାଯିବ | ଗତ କିଛି ଦିନ ପୂର୍ବେ ସ୍ଥାନୀୟ ବିବାହିତ ବ୍ୟକ୍ତି ଦେବ ଗାଦବା ପୀଡ଼ିତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ନେଇ ଥାନା ରେ ମାମଲା ରୁଜୁ କରାଯାଇଥିଲା | କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ି ନାହିଁ | ଚାଇଲଡ ଲାଇନ ସଦସ୍ୟ ମଧ୍ୟରୁ ଗୀତା ପଟ୍ଟନାୟକ, ମିନି ମହାକୁଡ଼, ପିଣ୍ଟୁ ହରିଜନ, ଅର୍ଜୁନ ଗୌଡ଼ ସହ ଡ଼ିଏସଓ ସଦସ୍ୟ ରୁକ୍ମିଣୀ ବାରିକ ଓ ବାସନ୍ତୀ ଖରା ମଧ୍ୟ ସହଯୋଗ କରିଥିଲେ |

Comments are closed.