ଅପରେସନ ହ୍ୱାଇଟ୍ ସ୍ପାଇଡ଼ର କୁ ସଫଳତା : ପୋଲିସ ପଞ୍ଝାରେ ୧୦ ବ୍ରାଉନସୁଗାର ବେପାରୀ

0
176

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୧୧) : କମିଶନରେଟ୍ ପୋଲିସ ପକ୍ଷରୁ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ହ୍ୱାଇଟ୍ ସ୍ପାଇଡ଼ର । ଏହି ଅପରେସନ୍ ବଳରେ ପୋଲିସକୁ ବ୍ରାଉନସୁଗାର କାରବାର କରୁଥିବା ବହୁ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହେବାସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ।

ଅପରେସନ ହ୍ୱାଇଟ୍ ସ୍ପାଇଡ଼ର ରେ ଗତ ଶନିବାର ରାତିରେ ଭୁବନେଶ୍ୱର ସହରାଞ୍ଚଳର ପୋଲିସର ବିଭିନ୍ନ ଥାନାରୁ ୧୦ ଜଣ ନିଶା ବ୍ୟବସାୟୀଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରୁଛି । ଖଣ୍ଡଗିରି ଥାନାରୁ ପାଞ୍ଚ, ଭାରତପୁର ଏକ ଏବଂ ତମାଣ୍ଡୋ ଥାନା ପୋଲିସ ଚାରି ଜଣଙ୍କୁ ଅଟକ ରଖବ ପଚରାଉଚରା କରୁଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନସୁଗାର ଜବତ ହୋଇ ନାହିଁ । ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସେ ପୁଣି କହିଛନ୍ତି ଯେ, ପୂର୍ବରୁ ଜବତ ହୋଇଥିବା ୨୫୦ ଓ ୩୦୦ ଗ୍ରାମର ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ ଏମାନଙ୍କୁ ଉଠା ଯାଇଛି । ବେଆଇନ ଧନ୍ଦାରେ ନିୟୋଜିତ ଏହି ଅଭିଯୁକ୍ତମାନେ ବଡ଼ ବ୍ୟବସାୟୀଙ୍କ ଠାରୁ ବ୍ରାଉନସୁଗାର ଆଣି ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ସେମାନଙ୍କ ଟାର୍ଗେଟରେ ମୁଖ୍ୟତଃ ବସ୍ତି ଗୁଡିକ ରହିଛି । ପୋଲିସ ସେମାନଙ୍କୁ ସ୍କାନରରେ ରଖିଛି ।

ଖୁବଶୀଘ୍ର ବଡ଼ ବ୍ୟବସାୟୀ ମଧ୍ୟ ପୋଲିସ ଜାଲରେ ପଡିବେ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖରେ ଅପରେସନ ହ୍ୱାଇଟ୍ ସ୍ପାଇଡର ଆରମ୍ଭ ହୋଇଥିଲା । ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଦ୍ୱୈତନଗରୀରୁ ହଟାଇବା ଏହାର ଥିଲା ମୂଳ ଲକ୍ଷ୍ୟ ।