ଭିଜିଲାନ୍ସ ଜାଲରେ ଧରା ପଡିଲେ ଲାଞ୍ଚୁଆ ଆର.ଆଇ.

0
397

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ,(୧୭/୦୭) : ବୌଦ୍ଧ ତହସିଲ ଦେହ୍ୟl ରାଜସ୍ୱ ନିରୀକ୍ଷକ ଗଜେନ୍ଦ୍ର ଦିଗାଲ ଆଜି ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି |

ସୂଚନାନୁଯାଇ ଦହ୍ୟl ସର୍କଲ ପୁଡ଼ୁଗ ପଥର ଗ୍ରାମର ସୁଶାନ୍ତ ଥାଟି ଙ୍କ ପିତା ଙ୍କ ନାମରେ ଥିବା ଘରବାରି ଜମି ଡ଼ି ମାରକେସନ ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଗୁଦୁଗୁଡା ବଜାର ନିକଟ ଢ଼ାବା ପାଖରେ ଭିଜିଲାନ୍ସ ଜାଲରେ ଧରା ପଡିଲେ |

ପୂର୍ବରୁ ବି ବଘୀଆ ପଡ଼ା ରେ ରାଜସ୍ୱ ଅଧିକାରୀ ଥିବା ସମୟରେ ୧୦,୦୦୦ ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡି ଜେଲ ବି ଯାଇଥିଲେ ଶ୍ରୀଯୁକ୍ତ ଦିଗାଲ | ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରା ଉଚୁରା କରୁଛି ବୌଦ୍ଧ ଭିଜିଲାନ୍ସ |

ଚଢ଼ାଉରେ ଉପ ଆରକ୍ଷୀ ଅଧିକ୍ଷକ ଅରୁଣ ନାୟକ,ଏ. ଏସ. ଆଇ.ଅରୁଣ ଛତ୍ରିଆ,ସୁବୋଧମିଶ୍ର,  ନରେନ୍ଦ୍ର ନାୟକ,କନେଷ୍ଟବଳ ଦିଲ୍ଲୀପ କୁମାର ପ୍ରଧାନ ଓ ସନ୍ତୋଷ ସାହୁ ଉପସ୍ଥିତ ଥିଲେ |