Advertisements
Sunday, July 5, 2020
Home Development ରାୟଗଡା ବ୍ଲକ ନିମନ୍ତେ ଆମ ଗାଁ ଆମ ବିକାଶ କାର୍ଯ୍ୟକର୍ମ ମାଧ୍ୟମରେ ୫କୋଟି ୮୬ ଲକ୍ଷ...

ରାୟଗଡା ବ୍ଲକ ନିମନ୍ତେ ଆମ ଗାଁ ଆମ ବିକାଶ କାର୍ଯ୍ୟକର୍ମ ମାଧ୍ୟମରେ ୫କୋଟି ୮୬ ଲକ୍ଷ ମଞ୍ଜୁରୀ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ ): ସ୍ଥାନୀୟ ତେଜସ୍ଵୀ ହୋଟେଲ ସମ୍ମୁଖ ପଡିଆରେ ଆୟୋଜିତ ରାୟଗଡା ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ବ୍ଲକର ୨୮ଟି ଗ୍ରାମ ପଂଚାୟତର ବିକାଶ ନିମନ୍ତେ ୧୬୨ଟି ପ୍ରକଳ୍ପ ନିମନ୍ତେ ୫ କୋଟି ୮୬ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁମୋଦନ କରଛନ୍ତି |

ଏହି ଅନୁଦାନକୁ ବାଟମାରଣା ନ କରି ଗାଁର ବିକାଶ କ୍ଷେତ୍ରରେ ବିନିଯୋଗ କରିବା ସହିତ ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତା ରକ୍ଷା କରିବାକୁ ଉପସ୍ଥିତ ଜନସାଧାରଣ ଓ ସରକାରୀ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋର ଦେଇ କହିଥିଲେ | ଏଥି ସହିତ ପ୍ରବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ନିମନ୍ତେ କହିଥିଲେ | ଏଥିସହିତ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ ପାଇଁ କାର୍ଯ୍ୟ କରିବା ନିମିତ୍ତ ସୂଚନାଦେଇଥିଲେ | ଜ଼ିଲ୍ଲାପାଳ ଗୁହା ପୂନମ ତପଶ କୁମାରଙ୍କ ପୌରହିତ୍ୟରେ ଆୟୋଜିତ କାର୍ୟକ୍ରମରେ ରାୟଗଡା ବ୍ଲକ ପ୍ରତ୍ୟେକ ପଂଚାୟତ ଉନ୍ନତି ପାଇଁ ୩୦ଲକ୍ଷ ଟଙ୍କାର ମଂଜୁର କରାଯାଇଛି | ଉକ୍ତ ପ୍ରକଳ୍ପ ଗୁଡିକ ମଧ୍ୟରେ ୫୦ ପ୍ରତଶତ ଅନୁଦାନ ବିଭିନ ଗ୍ରାମର ମନ୍ଦିର, ଗୋଷ୍ଟି କେନ୍ଦ୍ର ନିର୍ମାଣ ନିମନ୍ତେ ଗୁରୁତ୍ୱ ଦିଅ ଯାଇଥିବା କହିଥିଲେ | ଏହା ବ୍ୟତୀତ ବିଶ୍ରାମ ଗୃହ, କେନାଲ ପୋଖରୀ ପୁନରୁଦ୍ଧାର, ସ୍କୁଲ ପାଚେରୀ ନିର୍ମାଣ, ସ୍ମଶାନ ଘାଟ ଉନ୍ନତି ଇତ୍ୟାଦି ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ କରାଯଇଥିବା ସୂଚନା ଦେଇଥିଲେ | ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ, କୋରାପୁଟ ସାଂସଦ ଝିନ ହିକକା, ରାୟଗଡା ବିଧାୟକ ଲାଲ ଵିହାରୀ ହିମ୍ରିକା, ବିଜେଡ଼ି ପର୍ଯ୍ୟବେକ୍ଷକ ସଂଜୟ ଦାସ ବର୍ମା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ | ଜ଼ିଲ୍ଲାପାଳ ଜ଼ିଲ୍ଲାର ବିଭିନ୍ନ ଉନୟନ ପ୍ରକଳ୍ପ ବିଶେଷକରି ରାୟଗଡା ବ୍ଲକ ଅଂଚଳରେ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ | ଶେଷରେ ବ୍ଲକ ଅଧ୍ୟକ୍ଷ ପଡ଼ି଼ନ୍ତି ରାମୁଲୁ ଧନ୍ୟବାଦ ଦେଇଥିଲେ | ଏଥିରେ ଜ଼ିଲ୍ଲା ପରିଷଦ ସଭ୍ୟ ଟି ଗୌରୀଶଙ୍କର ,ସରପଞ୍ଚ ହାରପରାଶ ହେପରିକ, ମୁନିସିପାଲ ଅଧ୍ୟକ୍ଷ ଭି ଗୌରୀଜୟନ୍ତି, ମହିଳା ବି ଜେ ଡ଼ି ସ୍ଵଭାନେତ୍ରୀ ଅନୁଶୁୟା ମାଝୀ, ନିର୍ବାଚିତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବହୁ କଂଗ୍ରେସ ନେତା ଏହା ଏକ ନିର୍ବାଚନୀ ଚାଲ ଓ ବିଜେ ଡ଼ି ଏକ ନିର୍ବାଚନୀ ଆଦାୟ ପାଇଁ ଏକ ରାସ୍ତା ବୋଲି ମତ ବ୍ୟକ୍ତ କରିଛନ୍ତି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: