Friday, March 29, 2024

Top 5 This Week

Related Posts

ସଡ଼କ ଦୁର୍ଘଟଣା ର ହଟସ୍ପଟ ପାଲଟିଛି ମନ୍ତ୍ରୀଆମ୍ବ ଘାଟି

ରିପୋର୍ଟ : ଏନ ସନ୍ତୋଷ କୁମାର
ବୈପାରୀଗୁଡା,(୦୨/୧୧) : ରାଞ୍ଚି-ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ହେବା ପରେ ଅନ୍ତଃ ରାଜ୍ୟ ଗମନଗମନ ରେ ଲୋକଙ୍କୁ ସୁବିଧା ହୋଇଛି l ହେଲେ ବିଭାଗୀୟ ଅଧିକାରୀଙ୍କ ତ୍ରୁଟି କିମ୍ବା ଅମାନିଆ ଗାଡି ଚାଳକଙ୍କ ଲାଗି ସଡ଼କ ଦୁର୍ଘଟଣା ର ହଟସ୍ପଟ ପାଲଟିଛି ବୈପାରୀଗୁଡା ମନ୍ତ୍ରୀଆମ୍ବ ଘାଟି l

ସୂଚନା ଥାଉକି ମନ୍ତ୍ରୀଆମ୍ବ ଘାଟିରେ ଗତ ୨୪/୧୦/୨୧ ତାରିଖରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା, ୧୭/୧୦/୨୧ ତାରିଖରେ ବିଜୁଳି ତାର ବୋଝେଇ ଟ୍ରକ ଓଲଟିଥିଲା ଏବଂ ୨୬/୦୯/୨୧ ତାରିଖ ଦିନ କିରୋସିନ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା l ସେହିପରି ଚଳିତ ଗୋଟିଏ ମାସରେ ୬ ଟି ଟ୍ରକ ଦୁର୍ଘଟଣା ଘଟିଥିବା ବେଳେ ପୂର୍ବରୁ ସଡ଼କ ଦୁର୍ଘଟଣା ର ହଟସ୍ପଟ ପାଲଟିଥିବା ଏହି ରାସ୍ତାରେ ୩ ଜଣଙ୍କ ଜୀବନ ମଧ୍ୟ ଯାଇଛି l

ବୈପାରୀଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟିରେ ପ୍ରାୟ ଅଧିକାଂଶ ସମୟରେ ଏପରି ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଜନଜୀବନ ରକ୍ଷା ନିମନ୍ତେ ଜାତୀୟ ରାଜପଥ କର୍ତୃପକ୍ଷ ସଠିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି l

Popular Articles