ମଣିପୁର ଠାରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ

0
257

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୧/୧୧) : ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତ ର ମଣିପୁର ଠାରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି |

ଆଦର୍ଶ ଶିକ୍ଷାନୁଷ୍ଠାନ ମଣିପୁର ଠାରେ ମୋ ସ୍କୁଲ ଅଭିଯାନ ୫-ଟି ବିଦ୍ୟାଳୟ ପାଇଁ ଅଭିଭାବକ ଶିକ୍ଷକ ବୈଠକ ପ୍ରଭାସ ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ଶିକ୍ଷକ ସୋନୁ ଭୋଇ ସଭା ପରିଚାଳନା କରିବା ସହିତ ସିଆରସିସି ସତ୍ୟନାରାୟଣ ନାୟକ ୫-ଟି ଉପରେ ଆଲୋକ ପାତ କରିଥିଲେ | ଅଧ୍ୟକ୍ଷ ଅନିଲ ପ୍ରଧାନ ଶିକ୍ଷାଦାନ ଉପରେ ଆଲୋଚନା କରାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |