Related Contents

ଆର୍ଥିକ ସାକ୍ଷରତା ଓ ମହିଳା ସଶକ୍ତିକରଣ ପାଇଁ ଜନସଚେତନତା ଶିବିର

ଭଟଲି (ସୂର୍ଯ୍ୟ ମିଶ୍ର ) : ଲଘୁ ଉଦ୍ୟୋଗ ବିଭାଗ ବ୍ୟାଙ୍କ ( ସିଡ଼ବିପିଏସଆଇବି) ସହାୟତାରେ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅମ୍ବାଭୋନା ବ୍ଲକର ଜରିମୂଲୀ ଉତ୍ତମ , ଲେଲେହର ଗ୍ରାମ ଠାରେ ଆର୍ଥିକ ସାକ୍ଷରତା ଓ ମହିଳା ସଶକ୍ତିକରଣ ଉପରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |

ଏଥିରେ ସ୍ଥାନୀୟ ଗ୍ରାମପଞ୍ଚାୟତ ର ସରପଞ୍ଚ ,ଅଙ୍ଗନବାଡି କର୍ମୀ , ସମିତିସଭ୍ୟ ଓ ଗ୍ରାମ ର ମୁଖ୍ୟଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଗୁଡିକ ଶୁଭାରାମ୍ଭ କରାଯାଇଥିଲା l ପ୍ରତେକ ଗ୍ରାମରୁ ୫୦୦ରୁ ଊର୍ଧ୍ୱ ମହିଳା ଓ ପୁରୁଷ ଉପସ୍ଥିତ ରହି ଆର୍ଥିକ ସାକ୍ଷରତା ଓ ମହିଳା ସଶକ୍ତି କରଣ ଉପରେ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମଟି ଲୋକମାନଙ୍କ ପାଇଁ ବେଶଉଳ ସଚେତନତା ସୃଷ୍ଟି କରିପାରିବ ଓ ଏହି କାର୍ଯ୍ୟକ୍ରମ କରାଗଲେ ଗ୍ରାମାଞ୍ଚଳର ଅନେକ ଲୋକ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ l କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ଆର୍ଥିକ ସାକ୍ଷରତା ସମ୍ଵନ୍ଧିତ ବ୍ୟାଙ୍କିଙ୍ଗ ସେବା ଓ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା, କାର୍ଯ୍ୟକ୍ରମକୁ ମହାଶକ୍ତି ଫାଉଣ୍ଡେସନ ତରଫରୁ ସୁଶ୍ରୀ କଲ୍ୟାଣୀ ନନ୍ଦ ପରିଚାଳନା କରିଥିବା ବେଳେ ସୁଶ୍ରୀ ରଶ୍ମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.