Tuesday, March 19, 2024

Top 5 This Week

Related Posts

ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ : ଉତ୍ସାହିତ ଲୋକ କଳାକାର

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୧/୧୧) : ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ | ଆଜି ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘ ଉପ ସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଦିନିକିଆ ରାୟଗଡା ଗ୍ରସ୍ତରେ ଆସି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉପସ୍ଥିତିରେ ଲୋକକଳା ସଂଘ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ ।

c1ffabce 13c7 4185 a609 c5844bc1289e ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ : ଉତ୍ସାହିତ ଲୋକ କଳାକାର

ବୈଠକରେ ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନାମରେ ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ ସ୍ୱତନ୍ତ୍ର ଭାବରେ ପ୍ରତିବର୍ଷ ହେବ ବୋଲି ନିର୍ଦେଶକ ଘୋଷଣା କରିଥିଲେ । ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦେଶକ ଶ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରାୟଗଡାରେ କିଭଳି ଭାବେ ଲୋକକଳା ଓ ଲୋକ ସଂସ୍କୃତି, ଭାଗବତ ଟୁଙ୍ଗି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି, ପାଠାଗାର, ଆଦି ସମସ୍ତ ବିଭବ ଗୁଡିକ ସଠିକ ଭାବରେ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ ।

ଜିଲ୍ଲାରେ ଥିବା ସଉରା ଓ ଇଡଟାଲ ସମ୍ପ୍ରଦାୟ ବସବାସ କରୁଥିବା ଗ୍ରାମରେ ସଉରା ଚିତ୍ର, ପଦର୍ଶନୀ ଏବଂ ପ୍ରଶିକ୍ଷଣ ଆଗାମୀ ଦିନରେ ଲଳିତ କଳା ଏକାଡେମୀ ତରଫରୁ କାର୍ଯ୍ୟକ୍ରମ କରାଯିବାର ପ୍ରକାଶ କରିଥିଲେ। ସେହିପରି ଲୋକକଳା ଗ୍ରାମ ଗେଟିପଡାରେ ଲୋକକଳା ମଞ୍ଚ, ଐତିହ ତୋରଣ, ଲୋକକଳା କାନ୍ଥ ଏବଂ ଗ୍ରାମର ସୌନ୍ଦର୍ଯ୍ୟି କରଣ କରାଯାଇ ଉଭୟ ପର୍ଯ୍ୟଟନ ସାଂସ୍କୃତିକ ଏବଂ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।2a9d3c16 1195 4bc7 92cd 62af48789321 ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ : ଉତ୍ସାହିତ ଲୋକ କଳାକାର

ଅନ୍ୟ ପକ୍ଷରେ ସଂଘର ଉପସଭାପତି ଓ କଳାକାର ମାନେ ସଂଘକୁ ଓ ଲୋକକଳାକୁ ସୁଦୃଢ଼ୀ କରଣ କରାଯିବା ପାଇଁ ଲୋକକଳାରେ ମାନ୍ୟତା ଲାଭ କରିଥିବା ଆଦର୍ଶ ଜିଲ୍ଲା ଢେଙ୍କାନାଳକୁ ଦେଖିବା ଓ ଶିଖିବା ପାଇଁ ନଭେମ୍ବର ମାସରେ ପରିଦର୍ଶନ ଯିବେ ବୋଲି ନିର୍ଦେଶକ ଶ୍ରୀ ଦାସ ଘୋଷଣା କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଜିଲ୍ଲାର ଲୋକକଳା ଓ ସଂସ୍କୃତି ଏବଂ ପରମ୍ପରାକୁ ବଜାଇ ରଖିବା ସହିତ ଜିଲ୍ଲାର ସାଂସ୍କୃତିକ ବିଭବ ଗୁଡିକ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ନିଷ୍ଠାର ସହିତ କାର୍ଯ୍ୟ କରୁଛି ବୋଲି ମତ ପ୍ରକାଶ କରିଥିଲେ ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ ରାୟଗଡା ଜିଲ୍ଲା ଉଭୟ ସାଂସ୍କୃତିକ ଓ ପ୍ରାକୃତିକ ବିଭବର ଗନ୍ତାଘର ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସମନ୍ୱିତ ଭାବେ କାର୍ଯ୍ୟ କଲେ ଲୋକକଳା କ୍ଷେତ୍ରରେ ରାୟଗଡା ଜିଲ୍ଲା ଏକ ଆଦର୍ଶ ଜିଲ୍ଲାର ମାନ୍ୟତା ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ଲୋକକଳା ସଂଘର ଉପସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଯୋଗଦେଇ ସଂଘର ଜିଲ୍ଲାରେ ଓ ବ୍ଲକରେ କାର୍ଯ୍ୟାଳୟ ଏବଂ କଳାକାର ମାନଙ୍କର ଆର୍ଥିକ ସୁବିଧା ନିମନ୍ତେ ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଣ୍ଠିକୁ ଜିଲ୍ଲାରେ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ।976af46b 095e 42ea b50e b37c1aee9f79 ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ : ଉତ୍ସାହିତ ଲୋକ କଳାକାର a0982fe2 fa94 41ea ab27 5de4815e6a64 ରାୟଗଡରେ ହେବ ମଝିଘରିଆଣି ଲୋକକଳା ମହୋତ୍ସବ : ଉତ୍ସାହିତ ଲୋକ କଳାକାର

ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ଗେଟିପଡାର କଳାକାର ମନେ କଳା ପଦର୍ଶନ କରିଥିଲେ । ମଧ୍ୟାନରେ ନିର୍ଦେଶକଙ୍କ ସହିତ ସମସ୍ତ ଅଧିକାରୀ ଲୋକକଳା ଗ୍ରାମ ଗେଟିପଡା ଓ ଦଧିବାମନ ଜୀଉ ଭଗବାନ ଟୁଙ୍ଗି ଓ ରାୟଗଡା ଜଗନ୍ନାଥ ମନ୍ଦିର ନିକଟରେ ଥିବା ଭାଗବତ ଟୁଙ୍ଗିକୁ ପରିଦର୍ଶନରେ ଯାଇଥିଲା ବେଳେ ସେଠି ଅତିଥି ମାନଙ୍କୁ ଉଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles