Friday, March 29, 2024

Top 5 This Week

Related Posts

ପାରିବାରିକ କଳହ ର କରୁଣ ପରିଣତି : ପୁଅ, ଝିଅକୁ ମାରିବା ପରେ ମା’ର ଆତ୍ମହତ୍ୟା ଉଦ୍ୟମ !

ରିପୋର୍ଟ : ବିଭୂତି ଲହରିୟା
କନ୍ଧମାଳ,ବାଲିଗୁଡ଼ା,(୧୭/୦୭) : କନ୍ଧମାଳ ଜିଲ୍ଲା ରାଇକିଆରୁ ପାରିବାରିକ କଳହ ର କରୁଣ ପରିଣତି ଦେଖିବାକୁ ମିଳିଛି | ଜଣେ ମହିଳା ତାଙ୍କର ଦୁଇ ଛୁଆଙ୍କୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନାଁ ଭାଗ୍ୟଲକ୍ଷ୍ମୀ ପାତ୍ର । ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଏମ୍‌. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ପାରିବାରିକ କଳହ ର ହୋଇଥିଲା । ଏହା ପରେ ଭାଗ୍ୟଲକ୍ଷ୍ମୀ ତାଙ୍କର ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ କୁ ଧରି ଘରୁ ପଳାଇଥିଲେ । ଆଜି ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ | ହେଲେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । କେଉଁ କାରଣକୁ ନେଇ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା ଯେ ସେ ଏଭଳି ଏକ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ । ରାଇକିଆ ପୁଲିସ୍ ଘଟଣାର ତଦନ୍ତ କରୁଛି ।

ଅନ୍ୟପକ୍ଷରେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା । ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ଯାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ କହିଛନ୍ତି ।

Popular Articles