Friday, August 14, 2020
Home Development ସବୁଜ ମହାନଦୀ ମିଶନ କୁ ଉଦଘାଟନ କଲେ ବରଗଡ଼ ସାଂସଦ ଡ଼.ପ୍ରଭାସ ସିଂ

ସବୁଜ ମହାନଦୀ ମିଶନ କୁ ଉଦଘାଟନ କଲେ ବରଗଡ଼ ସାଂସଦ ଡ଼.ପ୍ରଭାସ ସିଂ

ବରଗଡ଼ : ଗତକାଲି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପାହାଡ଼ ସିରଗିଡା ଅନ୍ତର୍ଗତ ଡ଼ଙ୍ଗାପଡା ଠାରେ ସବୁଜ ମହାନଦୀ ମିଶନ ଉଦଘାଟିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ଡ଼.ପ୍ରଭାସ ସିଂ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲାପାଳ , ଜିଲ୍ଲା ବନ କ୍ଷେତ୍ର ଅଧିକାରୀ , ବିଭିନ୍ନ ପ୍ରଶାସନିକ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ | ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ତଥା ସାଧାରଣ ଜନତା ମଧ୍ୟ ଭାଗ ନେଇଥିଲେ ଏହି ମିଶନ କାର୍ଯ୍ୟକ୍ରମରେ | ଏହି ମିଶନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ମହାନଦୀ ପଠାରେ ସବୁଜ ଗଛ ଲଗେଇବା ସହ ମହାନଦୀ କୁ ସବୁଜ ସୁନ୍ଦର କରିବା , ସ୍କୁଲ ହତା ମଧ୍ୟରେ ବୃକ୍ଷ ରୋପଣ କରିବା , ବିଭିନ୍ନ ରାସ୍ତା ପାର୍ଶ୍ୱରେ ଓ ଗାଁ ମାନଙ୍କରେ ଗଛ ଲଗାଇବା ର ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ଆହ୍ୱାନ କରିବା ଯେ ସେମାନେ ଏହି ମିଶନରେ କିପରି ସାମିଲ ହେବେ | ସାଂସଦ ଲୋକ ମାନଙ୍କୁ ବାୟୁ ପ୍ରଦୂଷଣ ତଥା ଗ୍ଲୋବାଲ ୱାର୍ମିଙ୍ଗ ଆଉ ପରିବେଶ ପ୍ରଦୂଷଣ ରୋକିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: