Related Contents

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ନିର୍ଦେଶିକା ମାନସୀ ନିମ୍ବଲଙ୍କ ରାୟଗଡା ଗସ୍ତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ ): ୨ଦିନ ରାୟଗଡା ଜ଼ିଲ୍ଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ନିର୍ଦେଶିକା ମାନସୀ ନିମ୍ବଲ ଆସି ରାୟଗଡା ଠାରୁ ମାତ୍ର ୮ କି ମି ଦୂରରେ ଥିବା ଭକୁରୁଗୁଡ଼ା ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ |

ଏହି ସମୟରେ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଓ ଅନ୍ତେବାସି ଜ୍ବରରେ ପଡିଥିବା ଦେଖି ପାରିଥିଲେ ଓ ଭୀଷଣ ଭାବେ ବିରକ୍ତ ଭାବ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦେଇଥିଲେ | ଅନୁସୂଚିତ ଜାତି ଓ ଜନଜାତି ନିର୍ଦେଶିକା ମାନସୀ ନିମ୍ବଲଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ଭକୁରୁଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରକୃତ ମୁଖ ପଦାକୁ ଆସିଛି | ଭକୁରୁଗୁଡ଼ା ପଦାରେ ପଡିଯାଇଛି | ବାହାରକୁ ଜାକଜକମର ହୋଇ ରହିଥିବା ଆଶ୍ରମ ଭିତରେ ପିଲାଙ୍କ ଅବବ୍ୟସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ | ହଷ୍ଟେଲ ଭିତରେ ଗତ ୨ ଦିନ ହେଲା ୧୦ ଜଣ ଛାତ୍ର ଜ୍ବରରେ ପୀଡିତ ହୋଇ ଶୋଇଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା କରାଯାଇନଥିବା ଜାଣି ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଶିକ୍ଷଙ୍କଙ୍କ ଉପରେ ରାଗିଥିଲେ | ବିଦ୍ୟାଳୟ ପରିଦର୍ଶନ ସମୟରେ ଆବଶ୍ୟକ ପାଣି ବ୍ୟବସ୍ତା କରାଯାଇନଥିବାରୁ ଶୌଚାଗାଧୁ ଥିବାର ଦେଖି ସେ ବିଗିଡ଼ିଥିଲେ | ସ୍କୁଲ କର୍ତ୍ତୃପକ୍ଷଙ୍କ ଦାଇତ୍ୱହୀନତା ପାଇଁ ସମସ୍ତଙ୍କୁ ନିଲମ୍ବନ କରିବା ନିମନ୍ତେ ନିର୍ଦେଶିକା ଚେତାବନୀ ଦେଇଥିଲେ |

ପିଲାଙ୍କ ଖାଇବା ଓ ପାଠ ପଢା ସମ୍ପର୍କରେ ପଚାରି ବୁଝିଥିଲେ ଓ ରୋଷେଇଶାଳ ବୁଲିଦେଖିଥିଲେ | ସେବାଶ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ରହିବା ପାଇଁ ବାଧ୍ୟତାମୂଳକ ହୋଇଥିବା ବେଳେ ରାତ୍ର ସମୟରେ କୌଣସି ଅଧିକାରୀମାନେ ରହୁନଥିବା ଜାଣିପାରିଥିଲେ | କଲ୍ୟାଣ ବିଭାଗ ସେବାଶ୍ରମର ମlନ ଠିକ ରୂପେ ତଦାରଖ କରୁନଥିବାରୁ ଅନେକ ସମୟରେ ସଂଗୀନ ଅଘଟଣ ମlନ ଘଟୁଛି ବୋଲି ନିର୍ଦେଶିକା କର୍ତ୍ତୃପକ୍ଷଙ୍କ ଉପରେ ବିଗିଡ଼ିଥିଲେ | ପିଲାଙ୍କ ପାଠପଢା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନନେବା ନିମନ୍ତେ ନିର୍ଦେଶ ଦେଇଥିଲେ | ଜ଼ିଲ୍ଲା ପ୍ରସାଶନର ଦୃଷ୍ଟି କୋଣରେ ଏହି ସେବାଶ୍ରମଟି ଆଦର୍ଶ ଭାବେ ରହିଥିବା ପାଇଁ ପ୍ରସାଶନିକ ଉଚ କର୍ତୃପକ୍ଷ ଜ଼ିଲ୍ଲା ପରିଦର୍ଶନରେ ଆସିଲେ, ଏହି ବିଦ୍ୟାଳୟକୁ ନେଉଥିଲେ ବିଭାଗୟ ଅଧିକାର ଓ ପିଲାଙ୍କ ଦ୍ୱାରା କରାଯାଇଥିବା ସାକ୍ଷାତକାର୍କୁ ବିଦ୍ୟାଳୟର କେତେକ ଶିକ୍ଷକ ନିଜକୁ ଏକ କବି ଓ ଉଚ କର୍ତ୍ତୃପକ୍ଷଙ୍କ ପାଖ ଲୋକ କହି ସୋସିଆଲ ମେଡିଆରେ ପ୍ରଚାର କରିବାରେ ବ୍ୟସ୍ତ ଥିବାର ଜାଣି ପାରିଥିଲେ | ଗତ କିଛି ଦିନ ତଳେ ଏହି ଅନୁଷ୍ଠାନର ପାଠପଢା ଶୂନ ବୋଲି ତତ୍କାଲିନି ରାୟଗଡା ଉପ ଜ଼ିଲ୍ଲାପାଳ ମୁରଲୀଧର ସ୍ୱାଇଁ ତାଙ୍କ ପରିଦର୍ଶନ ରିପୋର୍ଟ ଉଲ୍ଳେଖ କରିଛନ୍ତି |

Comments are closed.