Related Contents

ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ (ସନ୍ତୋଷ ବାରିକ):କଟକ ଜିଲ୍ଲା ବାଙ୍କୀ କଚେରୀ ପଡ଼ିଆଠାରେ ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାଙ୍କୀ ଡମପଡା ବ୍ଲକର ୧୭ଗୋଟି ଗ୍ରାମପଞ୍ଚାୟତ ପାଇଁ୨୮୫ଟି ପ୍ରକଳ୍ପ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୨୪ଲକ୍ଷ୪୦ହଜାର ମୋଟ ୪କୋଟି୧୦ଲକ୍ଷ ୮୦ହଜାର ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ ସଚିବାଳୟରେ ବସି ଭିଡିଓକନଫରେନ୍ସି ଜରିଆରେ ଅନଲାଇନରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଥିଲେ।ଏ ନେଇ ସ୍ଥାନୀୟ ବିଧାୟକ ପ୍ରଭାତ ତ୍ରିପାଠୀ ଓ ବ୍ଲକ ଅଧ୍ୟକ୍ଷ ଶଶାଙ୍କ ଶେଖର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହିକାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ, ବାଙ୍କୀ ଉପଜିଲ୍ଲାପାଳ, ବାଙ୍କୀ ପଞ୍ଚାୟତ ସମିତି ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।୧୭ଗୋଟି ପଞ୍ଚାୟତରୁ ହଜାର ହଜାର ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଡମପଡା ବ୍ଲକ ଅଧ୍ୟକ୍ଷ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ସ୍ଵାଗତ କରିଥିବାବେଳେ ଅପର ପକ୍ଷରେ ବ୍ଲକର କିଛି ଜନହିତକର କାର୍ଯ୍ୟପାଇଁ ଅନୁମୋଦନ ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହିତ ୫କୋଟିଟଙ୍କାର ଅନୁମୋଦନ ଦିଆଯାଇଥିବା ବେଳେ୪କୋଟି ଟଙ୍କା ଦିଆଯାଇଛି।

Comments are closed.