Related Contents

ଦିବଂଗତ ସାରସ୍ୱତ ସାଧକଙ୍କୁ ଯିବନି ଓ କୃତୀକୁ ନେଇ ସାହିତ୍ୟ ଏକାଡେମୀ ର ଜିଲ୍ଲା ପ୍ରତିଯୋଗିତା -ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ( ଏ.ସତୀଶ): ଆସନ୍ତା ଜୁଲାଇ ୨୫ ତାରିଖ ଓଡିଶା ସାହିତ୍ୟ ଏକାଡେମୀ ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ଥରୀୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା |

ଜିଲ୍ଲାର ପ୍ରମୁଖ ଦିବଂଗତ ସାରସ୍ୱତ ସାଧକ ସାହିତ୍ୟିକ ଭାଗିରଥି ପାତ୍ର, କବି ତ୍ରିପୁରାରି ତ୍ରିପାଠୀ, କବି ମଞ୍ଜୁଘୋଷ ତ୍ରିପାଠୀ ଓ ଛାନ୍ଦକବି ରଘୁନାଥ ପଟ୍ଟନାୟକଙ୍କ ଜୀବନୀ ଓ ସାରସ୍ୱତ କୃତ୍ତି ଉପରେ ପର୍ୟବେଶିତ ଏହି ପ୍ରତିଯୋଗିତାରେ ନବରଂଗପୁରର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ | ସର୍ବୋପରି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବକୃତରେ ପ୍ରଥମ ଲିପିକା ମହାନ୍ତି (ୟୁନିକ ପବ୍ଲିକ ସ୍କୁଲ) ଓ ଶୁଭଶ୍ରୀ ଗନ୍ତାୟତ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର), ପ୍ରବନ୍ଧରେ ପ୍ରଥମ ଅର୍ପିତ ବଳବନ୍ତ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର) ଓ ଅଂଶ ବାନୋ (ଓଡିଶା ଆଦର୍ଶ ସ୍କୁଲ), କବିତା ଆବୃତ୍ତିରେ ପ୍ରଥମ ତନୁସ ପାଣିଗ୍ରାହୀ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର) ଓ ପ୍ରିୟଦର୍ଶିନୀ ତ୍ରିପାଠୀ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର), ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ରେ ପ୍ରଥମ ଆଦର୍ଶ ରଞ୍ଜନ ନାୟକ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର) ଓ ମନୀଷା ଦିଗଲ (ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ) ଭାବେ ପୁରସ୍କୃତ ହୋଇଥିଲେ |

ଏହି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ୮ ଓ ୧୫ ତାରିଖରେ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାରୁ ପ୍ରତିନିଧିତ୍ବ କରିବେ | ଆଜିର ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତାରେ ପ୍ରଥା, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥବା ସମସ୍ତ ବିଭାଗର ପ୍ରତିଯୋଗୀଙ୍କୁ ନବରଙ୍ଗପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଥିଲେ | ମଞ୍ଚରେ ତାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବୋଲୁ ହୋତା, ଜିଲ୍ଲା ସଂସ୍କୃତି ଅଧିକାରୀ ହଳଧର ନିଆଲ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ପୂର୍ବତନ ଏକାଡେମୀ ସଦସ୍ୟ ଅଶୋକ ପଟ୍ଟନାୟକ ଓ ଜେମାମଣୀ ବିଶୋଇ ମଂଚାସୀନ ଥିଲେ |

ବିଚାରକ ଭାବେ ପର୍ଶୁରାମ ସାହୁ, ସହଦେଵ ପରିଡା, ସୁଧୀ ରଞ୍ଜନ ରାଉତ,ଟୁଟୁ ବାବୁ ପଟ୍ଟନାୟକ, ରତିକାନ୍ତ ଦୁବେ,ଦୁର୍ଗା ପ୍ରସାଦ ପଢି, ନିହାରିକା ମାଲିକ, ସମୀର ପ୍ରଧାନ ଯୋଗ ଦେଇଥିଲେ | ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଅଜିତ ପ୍ରଧାନ, ରାଜେନ୍ଦ୍ର ମାଝୀ, ଏ.ସନ୍ତୋଷ କୁମାର ଓ ନୀଳକଣ୍ଠ ନାୟକ ସହଯୋଗ କରିଥିଲେ | ଜସ୍ମିନ ମହାନ୍ତି, ଆଶୁତୋଷ ପଟ୍ଟନାୟକ, ଦୀପକ ନାୟକ, ଅର୍ପିତ ଜର୍ଜ ହିଆଲ,ବର୍ଷ ନାୟକ, ସଂସ୍କାର ରଞ୍ଜନ ରଥ, ସିଦ୍ଧାର୍ଥ କାର୍ତ୍ତିକ ଦାସ, ରହିତ ନାଇଡୁ, ସଂଗୀତ ହରିଜନ, ଜ୍ୟୋତିସ୍ଥି ଭତରା, ବୈଶାଖୀ ଲେଙ୍କା, ସଞ୍ଜୟ ସୁନା, ଆଶୁତୋଷ ମହାରଣା, ସନିଆ ହରିଜନ, ସଂତୋଷୀ ପଢି, ନେହେକ ଧାନାଫୁଲ, ନିଖିଳ ପଟ୍ଟନାୟକ ଓ ଡୋଲୀରଣୀ ନାୟକ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ |

Comments are closed.