ଧାନ ଫସଲରେ ଚକଡ଼ା ପୋକର ପ୍ରାଦୁର୍ଭାବ ଯୋଗୁଁ ଚାଷୀ ହନ୍ତସନ୍ତ

0
183

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୩୦/୧୦) : ବିନିକା ଅଞ୍ଚଳରେ ଏବେ ଧାନ ଫସଲରେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହା ଫଳରେ ଶହ ଶହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି ।

ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଚିନ୍ତାଗ୍ରସ୍ତ ହୋଇ ପଡିଛି । ଧାନ ଫସଲରେ ଚକଡ଼ା ଦମନ ପାଇଁ ଔଷଧ ସିଞ୍ଚନ କରୁଛି । ହେଲେ କୌଣସି ଔଷଧ କାମ ଦେଉନଥିବା ଅଭିଯୋଗ ହୋଇଛି । ଚକଡ଼ା ଯୋଗୁଁ ଧାନ ଗଛଗୁଡିକ ନାଲି ପଡିଯାଇ ପାଳ ହୋଇଯାଇଛି । ବିନିକା ଏନଏସି ଓ ବ୍ଲକ ର ୧୬ ଟି ଗ୍ରାମପଂଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଆଉ କେତେ ଦିନ ପରେ ଅମଳ ହୋଇଥାନ୍ତା ଧାନ ଫସଲ । କିନ୍ତୁ ତା ଆଗରୁ ଚକଡ଼ା ପୋକ ଲାଗି ସହ ସହ ଏକଡ଼ ଧାନ ଫସଲ ଉଜୁଡିବାକୁ ବସିଲାଣି । କିନ୍ତୁ ଚାଷୀ ଙ୍କ ପାଖକୁ ଏପର୍ଯ୍ୟନ୍ତ କୋୖଣସି କୃଷି ଅଧିକାରୀ ପହଂଚି ନ ଥିବା ଅଭିଯୋଗ କରିଛନ୍ତି । ବିନିକା ଏନଏସି ଓ ବ୍ଲକ ର ୯ ଜଣ ଭିଏଲଡବ୍କୁ ପଦବୀ ଥିବାବେଳେ ୭ ଟି ପଦବୀ ଖାଲି ପଡ଼ିଛି । ବିନିକା ବ୍ଲକ ରେ ଭାରପ୍ରାପ୍ତ କୃଷି ଅଧିକାରୀ ରହିଛନ୍ତି ଏବଂ ଅନେକ ଏଏଓ ପଦବୀ ଖାଲି ପଡିଥିବା କୃଷି ବିଭାଗ ପକ୍ଷ ରୁ ସୂଚନା ମିଳିଛି ।

ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଅଧା ଦାମ ରେ ବିନିକା ଅଂଚଳର ର ୩୧ଟି ଡିଲର ଙ୍କ ଠାରୁ ଓଟିପି ମାଧ୍ୟମରେ ଔଷଧ ନେଇ ପାରିବାର ପ୍ରାବଧାନ ରହିଛି । ଏହା ଅତି ଏକ ନଗଣ୍ୟ ଅଟେ ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୁପକ୍ଷ ଦ୍ରୁଷ୍ଟି ଦେବାସହ କ୍ଷେତ୍ର ପରିଦର୍ଶନ କରି ଚାଷୀ ଙ୍କୁ ମାର୍ଗଦର୍ଶନ ଦେବା ସହ ସୁଲଭ ମୂଲ୍ୟ ରେ ସଠିକ ଔଷଧ ଯୋଗାଇବା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।