ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ସଞ୍ଚୟ ରଥ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

0
217

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,ତା.(୩୦/୧୦) : ଆଜି ବିଶ୍ୱ ମିତବ୍ୟୟିତା ଦିବସ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଞ୍ଚୟ ରଥକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ବିଶ୍ୱ ମିତବ୍ୟୟିତା ଦିବସ ଉପଲକ୍ଷେ ଏହି ସଞ୍ଚୟ ରଥ ରାୟଗଡା ଜିଲ୍ଲାର କୋଲନରା, ଗୁଣୁପୁର, ଗୁଡାରି ଓ ରାମନାଗୁଡା ବ୍ଲକ ଗସ୍ତ କରି ସେଠାର ଲୋକଙ୍କୁ ସଞ୍ଚୟ ବିଷୟରେ ସଚେତନତା କରିବ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥାରେ ହିଁ ସଞ୍ଚୟ କରିବା ପାଇଁ ଲୋକଙ୍କୁ ବୁଝାଇବ । ଦେଶରେ ବିଭିନ୍ନ ପ୍ରକାରର ସଂସ୍ଥା ଖୋଲି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକ ମାନଙ୍କୁ ଠକିବାରେ ଲାଗିଛନ୍ତି । ଅଧିକ ସୁଧରେ ପ୍ରଲୋଭିତ ନ ହୋଇ ଠକ ସଂସ୍ଥାରେ ସଞ୍ଚୟ ନ କରି ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ଯେମିତିକି ସରକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ ମାନଙ୍କରେ ସଞ୍ଚୟ କରିବା ପାଇଁ ଲୋକଙ୍କୁ ସଚେତନତା କରିବ ।

ଏହି ସଞ୍ଚୟ ରଥକୁ ଉଦଘାଟନ ବେଳେ PD DRDA ମହେଶ୍ୱର ନାୟକ, DSSO ଶେଖ ଆଲିନୁର, ସଞ୍ଚୟ ସଂସ୍ଥାର ଅଧିକାରୀ ଧ୍ରୁବ କୁମାରଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଉପସ୍ଥିତ ଥିଲେ ।