Related Contents

ଜୀବନ ଯୁଦ୍ଧରେ ଅଣନିଶ୍ଵାସୀ ଅହଲ୍ୟା-ବନ୍ଧା ପଡିଛି ଜମି,ଝିଅର ପାଠପଢାରେ ଡୋରି

ଚୁଡାପାଲି(ଦେବରାଜ ନାହାକ): ଜନ୍ମରୁ ଗରିବ । ପୁଣି ବୟସ ବଢ଼ିବା ସହିତ ମାଡ଼ି ଆସିଛି ଅଜଣା ରୋଗ। ଚିକିତ୍ସା ପାଇଁ ଟଙ୍କା ନାହିଁ । ରୋଗାକ୍ରାନ୍ତ ସ୍ୱାମୀର ଯତ୍ନ ସହ ପରିବାର ବୋଝ ମୁଣ୍ଡାଇ ଜୀବନ ଯୁଦ୍ଧରେ ଅନନିଶ୍ଵାସୀ ହୋଇ ଯାଇଛି ଅହଲ୍ୟା ।

ବଲାଙ୍ଗୀର ସଦର ବ୍ଲକ ବୈଦିପାଲି ପଞ୍ଚାୟତର ଫୁଲଝରଣ ଗାଁର ସୁଫଳ ମଲ୍ଲିକ (୫୦) ପତ୍ନୀ ଅହଲ୍ୟା ମଲ୍ଲିକ(୪୮) ତିନି ଝିଅ ପୁଷ୍ପା, ଶ୍ରଦ୍ଧା ଓ ଶିଳ୍ପାକୁ ନେଇ ଛୋଟିଆ ସଂସାର । ଶ୍ରଦ୍ଧା ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଶିଳ୍ପା ଷଷ୍ଠ ଶ୍ରେଣୀରେ ପାଠ ପଢୁଛି । କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ବଡଝିଅ ପୁଷ୍ପାର ପାଠ ପଢିବା ରେ ଡୋରି ବନ୍ଧା ପଡ଼ିଛି । କ୍ୱାଦ୍ରୀ ପ୍ଲେଗରିଆରେ ଆକ୍ରାନ୍ତ ସୁଫଳର ଅବସ୍ଥା ଦୟନୀୟ । ନିଜର ୧’୬୫ ଡିସମିଲ ଜମି ଚିକିତ୍ସା ପାଇଁ ୨୦ ହଜାର ଟଙ୍କାରେ ବନ୍ଧା ପଡ଼ିଛି । ଯାହା କିଛି ସୁନା ଗହଣା ସବୁ ବିକ୍ରୀ ହୋଇ ସାରିଲାଣି । ପ୍ରକାଶ ଥାଉକି ସୁଫଳଙ୍କ ବଡ଼ ଝିଅ ରିତା ଥିଲେ ଜଣେ ମାନସିକ ରୋଗୀ । ଝିଅର ଚିକିତ୍ସା ପାଇଁ ଗତ ୨୦୧୩ ମସିହାରେ ଜଣେ ସର୍ଦାର ମାଧ୍ୟମରେ ମାତ୍ର ୭ ହଜାର ଟଙ୍କାର ବଏନା ରଖି ସୁଦୂର କଟକ ଜିଲ୍ଲାକୁ ଇଟାଭାଟି କାମ ପାଇଁ ସପରିବାର ଯାଇଥିଲେ । ସେଠାରେ ଚାରିମାସ କାମ କଲାପରେ ବାକି ପଇସା ତିରିଶ ହଜାର ମିଳିବ ବୋଲି ସର୍ଦ୍ଧାର କହିଥିଲେ କିନ୍ତୁ ସର୍ଦ୍ଧାରର କି ତାଙ୍କର ଦେଖା ନାହିଁ ।

ଛଅ ପ୍ରାଣୀ ପରିବାରଙ୍କୁ କେଵଳ ଖାଇବା ଖର୍ଚ୍ଚ ଦିଆଯାଇ ନଜର ବନ୍ଦୀ ହିସାବରେ ରହିଥିଲା । ସୁଯୋଗ ପାଇ ଦିନେ ଏକା ସେଠାରୁ ଖସି ପଳାଇ ଆସି ବଲାଙ୍ଗୀର ପ୍ରଶାସନର ଦ୍ୱାରସ୍ଥ ହୋଇ ପରିବାରଙ୍କୁ ସେଠାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । କିଛିଦିନ ପରେ ନିଜ ଶ୍ୱଶୁର ଘରେ ପୋଖରୀରୁ ଗାଧୋଇ ଫେରିବା ସମୟରେ ହଠାତ ପଡ଼ିଯିବାରୁ ସେ ଶଯ୍ୟାଶାୟୀ । କେଵଳ ପାଟି ଫିଟୁଛି । ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସା ଚାଲିଲା । କିନ୍ତୁ ଅର୍ଥାଭାବରୁ ଅଧିକ ଚିକିତ୍ସା ସମ୍ଭମ ହେଉନାହିଁ । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ରିପୋର୍ଟରେ ଲୋକୋମୋତିଭ ଡିସେବିଲିଟି ଯୋଗୁଁ ୧୦୦ ପ୍ରତିଶତ ଅକର୍ମଣ୍ୟ ବୋଲି ୨୦୧୫ ମସିହାରେ ଦର୍ଶାଇଥିଲେ । ଡାଇନୋଗସିସ ରେ କ୍ୱାଦ୍ରୀ ପ୍ଲେଗରିଆ ଦର୍ଶାଇଛନ୍ତି । ଏହି ପରିପେକ୍ଷିରେ ସମ୍ପୂର୍ଣ୍ଣ ପରିବାର ପ୍ରତିପୋଷଣ କରିବାର ଅହଲ୍ୟା କରୁଣ କଣ୍ଠରେ କୁହନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଗରିବ ପରିବାରକୁ ଶ୍ରୀଘ୍ର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Comments are closed.