Related Contents

ସାଇଦଳଙ୍ଗା ଗ୍ରାମପଂଚୟତରେ ବନମହୋତ୍ସଵ ପାଳନ

ମ.ରାମପୁର (ଡିଙ୍ଗର କିଶୋର): କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଳକ ସାଇଦଳଙ୍ଗା ଗ୍ରାମପଞ୍ଚାୟତ ତରଫରୁ ଆଜି ସ୍ଥାନୀୟ ଶିବ ମନ୍ଦିର ପଡ଼ିଆରେ ବନମହୋତ୍ସଵ ୨୦୧୮ ପାଳନ କରାଯାଇଥିଲା।

ଏଥିରେ ସାଇଦଳଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ଉଜ୍ଜୟିନୀ ସାହୁ,ସମିତି ସଭ୍ୟ ଭବାନୀ ଶଙ୍କର ସାହୁ, ଗିରିଗୋବର୍ଧନ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାହୁ ,ମ, ରାମପୁର ବନପାଳ ଓ ମ, ରାମପୁର ବିଡ଼ିଓ ରୁମାନା ଜାଫ୍ରି ଙ୍କ ସହ ଗ୍ରାମର ଶତାଧିକ ମହିଳା, ପୁରୁଷ ତଥା ପାଖ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

Comments are closed.