Related Contents

ଆମ୍ବୁଲାନ୍ସ ନ ଆସିବାରୁ କାନ୍ଧରେ ବୋହି ପ୍ରସୂତୀଙ୍କୁ ମେଡିକାଲ ନିଆଗଲା

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ( ଏ ସତୀଶ ): ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ତୋହରା ପଂଚାୟତର ନଗାଯୋଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା |

ଏହି ଗ୍ରାମର କାମ ସାନ୍ତାଙ୍କ ସ୍ତ୍ରୀ ବିଜରା ସାନ୍ତାଙ୍କ ଦିନ ୧୧ ସମୟକୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା | ଏହି ଘଟଣା ପରେ ଗ୍ରାମର ଆଶା ଦିଦି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ କୁ ଫୋନ କରିଥିଲେ | ହେଲେ ୧୦୮ ଓ ୧୦୨ ଗାଡି ଗ୍ରାମକୁ ଭଲ ରାସ୍ତା ନାହିଁ ବୋଲି ଯିବା ପାଇଁ ମନା କରିଥିଲେ | ପରବର୍ତ୍ତୀ ସମୟରେ ବିଜରା ସାନ୍ତା ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ , ପୁତ୍ର ସନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥବା ବେଳେ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଦୁଇ କିଲୋମିଟର କାନ୍ଧରେ ବୋହି (ଭରା ସାହାଯ୍ୟରେ ) ଆଣି ପରେ ଏକ ଅଟୋ ଯୋଗେ ଉମରକୋଟ ଚିକିତ୍ସାଳୟକୁ ନେଇଥିଲେ | ସରକାର ଅନେକ ଯୋଜନା ପ୍ରସୂତି ମାନଙ୍କ ପାଇଁ କରୁଥିବା ବେଳେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି ଆଭିମୁଖ୍ୟକୁ ଜନସାଧାରଣରେ ନିନ୍ଦା କରାଯାଉଛି |

Comments are closed.