Friday, March 29, 2024

Top 5 This Week

Related Posts

ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା ଆୟୋଜନ

୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କା ଋଣ
ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୯/୧୦) : ବୌଦ୍ଧ ଟାଉନ ହଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ତଥା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |0f3bcd72 32d5 4a91 a50b 557033fab34b ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା ଆୟୋଜନ

ଏହି ବ୍ଲକସ୍ତରୀୟ ମେଗା ସମନ୍ୱୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିଲେ | ଏହି ମେଳାରେ ମୋଟ ୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା | ବିଭିନ୍ନ ବ୍ୟାଙ୍କ ଦ୍ୱାରା ଉଦ୍ୟୋଗ ମାନଙ୍କୁ ୫ କୋଟି ୭୦ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା | ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶିକା ଶ୍ରୀମତୀ ବବିତା ରାଣୀ ଦଳ ବେହେରା, ମୁଖ୍ୟ ବ୍ୟାଙ୍କ ପରିଚାଳକ ଶ୍ରୀ ରବୀନ୍ଦ୍ର ସେଠି, ମିଶନ ଶକ୍ତି ର DPC ଶ୍ରୀ ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନର ଶ୍ରୀ ଫ୍ରାନସିସ ବାର୍ଲା, NABARD ବ୍ୟାଙ୍କର AGM ଶ୍ରୀ ତାପସ ରାଉତ, ବୌଦ୍ଧ କୋଅପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟନାୟକ ତଥା ୧୬ ଟି ବ୍ୟାଙ୍କରୁ ବିଭିନ୍ନ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ୫୦୦ ରୁ ଅଧିକ SHG ସଦସ୍ୟା ମା ମାନେ ଉପସ୍ଥିତ ଥିଲେ |a29c065b 14bc 472f 8000 387f895d5093 ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା ଆୟୋଜନ

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ମହିଳା ମାନଙ୍କୁ ବାଲ୍ୟ ବିବାହ ନିରାକରଣ ଓ ପ୍ରାକୃତିକ ବିପର୍ଯୟ ରୁ ସୁରକ୍ଷା ବାବଦରେ ଶପଥ ପାଠ କରାଯାଇଥିଲା | ପରିଶେଷରେ DPC ମିଶନ ଶକ୍ତି, ଶ୍ରୀ ଦେବଦତ୍ତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles