ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଗୋ ପୂଜନ ସହ ଗୋ ସୁରକ୍ଷା କାର୍ଯ୍ୟକ୍ରମ

0
189

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୯/୧୦) : ବୌଦ୍ଧ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦର ପୁର ଗ୍ରାମରେ ଗୋ ପୂଜନ ସହ ଗୋମାତା ସୁରକ୍ଷା କାର୍ଯ୍ୟକ୍ରମ ୨୯ ଅକ୍ଟୋବର ଦିନ ତମାମ ମହାସମାରୋହରେ ପାଳିତ ହୋଇ ଯାଇଛି |1865c780 f47b 41c1 8081 cb04ce9cf965 ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଗୋ ପୂଜନ ସହ ଗୋ ସୁରକ୍ଷା କାର୍ଯ୍ୟକ୍ରମ

ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ରୁ ସନ୍ଥ ଏବଂ ପ୍ରବଚକ ମଧୁସୂଦନ ଦାଶ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ମିଶ୍ର ଏବଂ ବଜରଙ୍ଗ ଦଳ ର ଜିଲ୍ଲା ସଂଯୋଜକ ସମ୍ବିତ ପଟ୍ଟନାୟକ ଯୋଗ ଦେଇଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ବନମାଳୀ ରଣା, ମାଗୁଣି ଗାଈଗଉରିଆ ଯୋଗ ଦେଇ ମଞ୍ଚକୁ ମଣ୍ଡିତ କରିଥିଲେ. ଉକ୍ତ କାର୍ଯକ୍ରମ ରେ ବିଭିନ୍ନ ଗ୍ରାମରୁ ପ୍ରାୟ ପାଞ୍ଚ ସହରୁ ଅଧିକ ସଂଖ୍ୟା ଗୋ ସେବକ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳତା ଦିଗରେ ଆଗେଇ ନେଇ ଥିଲେ |

ଏହି କାର୍ଯ୍ୟକ୍ରମ କୁ ବିଶ୍ୱହିନ୍ଦୁ ପରିଷଦ ର ସମ୍ପାଦକ ପ୍ରେମାନନ୍ଦ ମିଶ୍ର ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗୋ ସୁରକ୍ଷା ସମିତି ର ସଦସ୍ୟ କୁନା ମାହାର ପରିଚାଳନା କରିଥିଲେ |