ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡ ମାମଲା : ବିଜେପି ତରଫରୁ ବାଉଁଶୁଣି ଥାନା ଘେରାଉ

0
238

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୯/୧୦) : ମହ।ଲିଙ୍ଗ ସନ ସାଇଟ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବାଉଁଶୁଣି ଥାନା ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଅଛି । dc2124a0 5e3b 40c6 afc0 deaa2538e079 ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡ ମାମଲା : ବିଜେପି ତରଫରୁ ବାଉଁଶୁଣି ଥାନା ଘେରାଉ

ଆଜି ବିଜେପି କର୍ମୀ ମାନେ ଶୋଭାଯାତ୍ରାରେ ଯାଇ ବାଉଁଶୁଣି ଥାନା ସମ୍ଭୁଖରେ ବିକ୍ଷେ।ଭ ପ୍ରଦର୍ଶନ କରିଥିଲେ । ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ଯୁବ ମୋର୍ଚା ସଭାପତି ଅଟଳ କୁମାର ପ୍ରଧାନ, ଜିଲ୍ଲା ଯୁବମୋର୍ଚା ଉପସଭାପତି ତ୍ରିବିକ୍ରମ ମହାକୁଳ, ଏକଲବ୍ୟ ମହାକୁଳ, ଅଜିତ ମହାକୁଳ, ଶମ୍ଭୁ ଗାଈଗୌରୀଆ, ପ୍ରଦେଶୀ ରଣା, କିଶୋର ସିଂହ, ଶ୍ରିତମ ଡାଙ୍ଗ, କୈଳାଶ ନାଏକ ସହ ସମସ୍ତ୍ ନେତୃବୃନ୍ଦ ଯୋଗଦାନ କରିଥିଲେ ।