ବିଜେପିର ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧିଙ୍କ ବଲାଙ୍ଗୀର ଗସ୍ତ

0
201

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୯/୧୦) : ମମିତା ହତ୍ୟା ମାମଲା ର ଅନୁଧ୍ୟାନ ପାଇଁ ବିଜେପିର ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧୀ ଦଳ ଆଜି ବଲାଙ୍ଗୀର ଗସ୍ତରେ ଆସିଛନ୍ତି ।

ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ରାଷ୍ଟ୍ରୀୟ ମୋର୍ଚ୍ଚା ସଭାନେତ୍ରୀ ବନାଥି ଶ୍ରୀନିବାସନ୍ ଓ ବିଜେପି ବିଧାୟକ ରୂପା ମିତ୍ର ଚୌଧୁରୀ ଙ୍କୁ ନେଇ ୩ ଜଣିଆ କମିଟି ମମିତାଙ୍କ ଘରକୁ ଯାଇ ପରିବାର ଲୋକ ଙ୍କ ସହ ଆଲୋଚନା କରିଛନ୍ତି । ପରେ ବିଜେପିର ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ମହାଲିଙ୍ଗ ଯାଇ ଯେଉଁଠି ମମିତା ଙ୍କ ଶବ କୁ ପୋଡ଼ି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ରିପୋର୍ଟ ଦେବା ନେଇ ସୂଚନା ମିଳିଛି । ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଙ୍କ ସମେତ ବିଜେପି ର ଶତାଧିକ ଲୋକେ ସାମିଲ ହୋଇଛନ୍ତି ।