୨୬ ଦିନ ପରେ ଆରୟନ ଙ୍କୁ ମିଳିଲା ଜାମିନ

0
159

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ,(୨୯/୧୦) : ଦୀର୍ଘ ଦିନର ପରୀକ୍ଷାର ଅନ୍ତ ଘଟିଛି । ୨୬ ଦିନ ପରେ ଶେଷରେ ଜାମିନ ପାଇଛନ୍ତି ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ । ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି ।

ସେ ୨୬ ଦିନ ଧରି ପୁଲିସ୍ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି । ଆରୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି । ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ କୋର୍ଟ ତାଙ୍କୁ ୨୬ ଦିନ ପରେ ଜାମିନ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ସମ୍ପୂର୍ଣ୍ଣ ରାୟ ଓ କାରଣ ଆସିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଆରୟନ ଖାନଙ୍କ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ।

ତେବେ ଆଜି ବି ଆରୟନଙ୍କୁ ଜେଲରେ ରହିବାକୁ ପଡିବ ଏବଂ ଶୁକ୍ରବାର କିମ୍ବା ଶନିବାର ଆରୟନ ଜେଲରୁ ମୁକୁଳିବେ ବୋଲି ସୂଚନା ଦେଇଛନ୍ତି ମୁକୁଲ ରୋହତଗି । ଆରୟନ ଖାନଙ୍କ ସମେତ ଅର୍ବାଜ ମର୍ଚେଂଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି । ଅକ୍ଟୋବର ୨ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ ।

ଆରୟନଙ୍କ ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରୋହତଗୀ । ଆରୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରୋହତଗୀ । ଆରୟନ ଖାନଙ୍କୁ ଗତ ୨ ତାରିଖରୁ ଗିରଫ କରିଛି ଏନସିବି । ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ନାର୍କୋଟିକ୍ସ କଂଟ୍ରାଲ ବୁ୍ୟରୋ । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଂଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି ।

ଆରୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରିଥିଲା । ତାପରେ ଆରୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି । ଏବଂ ତାପରେ ଆରୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବୁ୍ୟରୋ । ସେହି ଚାଟକୁ ଆଧାର କରି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବି ସମନ କରିଥିଲା ଏନସିବି । ଆଉ ପଚରାଉଚୁରା କରିଥିଲା । ଆରୟନଙ୍କର ଇଂଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଚାଟରୁ ଜଣାପଡିଥିବା ଦାବି କରି ଆସୁଛି ଏନସିବି ।