ଗଜପତି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ଏସ ପି ଅଫିସ୍ ଘେରାଉ

0
160

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୯/୧୦) : ଗତ କାଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ର ଡାକରା କ୍ରମେ ଗଜପତି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା ଙ୍କ ନେତୃତ୍ୱରେ ମମିତା ମେହେର ହତ୍ୟା ଘଟଣା ରେ ସ୍ଥାନୀୟ ଏସ ପି ଅଫିସ୍ କୁ ଘେରାଉ କରାଯାଇଥିଲା |

ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କେପ୍ତେନ୍ ଦିବ୍ୟସଙ୍କର ମିଶ୍ର ଙ୍କ ସଂପୃକ୍ତି ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିବା ଦାବୀ ରେ ରାଣୀ ପେଣ୍ଠ ଠାରେ ଥିବା ଏସ ପି ଅଫିସ୍ କୁ ଗଜପତି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ସଦସ୍ୟମାନେ ଘେରାଉ କରିଥିଲେ । ଜିଲ୍ଲା ସଭାପତି ବିଧାୟକ କେ. ନାରାୟଣ ରାଓ,ବ୍ଲକ୍ ଅଧ୍ୟକ୍ଷ ସିତ୍ରି ସିମାଦ୍ରି,ନୃସିଂହ ଚରଣ ପଟ୍ଟନାୟକ,ମହିଳା ମୋର୍ଚ୍ଚା ସଭା ନେତ୍ରୀ ପି.ଲତା ଙ୍କ ନେତୃତ୍ୱରେ ଶହ ଶହ ବିଜେପି ଯୁବ ମୋର୍ଚ୍ଚା ର କର୍ମୀ ବିଭିନ୍ନ ନାରାବାଜି କରି ଏସ ପି ଅଫିସ୍ କୁ ଘେରାଉ କରିଥିଲେ ।