Related Contents

ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ପଦ୍ମପୁରରେ ଅନୁଷ୍ଠିତ

ପଦ୍ମପୁର (ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲାର ପଦ୍ମପୁର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ରୁ ଶାମ୍ଭବୀ ସ୍ୱାବଲମ୍ବନ କେନ୍ଦ୍ରର ବହୁ ଛାତ୍ରଛାତ୍ରୀ ଓ ପଦ୍ମପୁର ବିଜେଡି ବିଜୁ ଯୁବ ବାହିନୀ ର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପଦ୍ମପୁର ବ୍ଲକ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅସୀମା ରାଓ ଓ ବିଜୁ ଯୁବ ବାହିନୀ କୋଅର୍ଡିନେଟର ରବି ଚୌଧୁରୀ ଙ୍କ ଆୟୋଜନରେ ଏକ ସଚେତନ ରାଲି ପଦ୍ମପୁର ମୁଖ୍ୟବଜାର ପରିକ୍ରମା କରିଥିଲା |ପରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ତଥା ଯୁବ ଗୋଷ୍ଠୀ ମିଳିତ ଭାବେ ଯୁମୁରୁଗୁଡ଼ା ର ସ୍ମସାନକୁ ଯାଇ ସେଠାରେ ୫୦ରୁ ଉର୍ଦ୍ଧ ଚାରା ରୋପଣ କରିଥିଲେ | ଏଥିରେ ପଦ୍ମପୁର ଗାୟତ୍ରୀ ଶକ୍ତିପୀଠର କର୍ମକର୍ତ୍ତା ସହଯୋଗ କରିଥିଲେ |

Comments are closed.