Related Contents

ସ୍ମାର୍ଟସିଟି ଜନଗହଳି ଅଞ୍ଚଳରେ ବନ୍ୟାଜଳରେ ଭାସୁଛି କାର

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ରେ ଘଣ୍ଟାଏ ବର୍ଷାରେ ସ୍ଥିତି ଏମିତି ଉପୁଜିଛି ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଭାସିବା ଦୃଶ୍ୟ ଦେଖିବାକୁ ମିଳିଛି | ଘଣ୍ଟାଏ ବର୍ଷାରେ ରାଜଧାନୀର ପ୍ରମୂଖ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ବନ୍ୟାଞ୍ଚଳ ପରି ପାଲଟିଛି ।

ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସୌଭାଗ୍ୟ ନଗର, ଇସ୍କନ ମନ୍ଦିର ଏବଂ ସିଆରପି ଛକରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆ ରେ ଏବେ ଲୋକମାନେ ଭିଡିଓ କରି ମୋବାଇଲରୁ ମୋବାଇଲ ଭାଇରାଲ କରୁଛନ୍ତି । ଜାତୀୟ ରାଜପଥରେ ଏଭଳି ବନ୍ୟା ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ରାଜଧାନୀବାସୀ । କାରଣ ଦେଶର ପ୍ରଥମ ସ୍ମାର୍ଟ ସିଟିରେ ଏଭଳି ଘଣ୍ଟାଏ ଅନେକ ସ୍ଥାନରୁ ନିଷ୍କାସନ ହୋଇପାରୁ ନାହିଁ ବର୍ଷା ଜଳ । ବିଏମସି ତରଫରୁ ରାଜଧାନୀର ପ୍ରମୂଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି । ବିଶେଷ କରି ୱାଟର ଡ୍ରେନେଜ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ କରିବାରେ ଅବହେଳା କରୁଛନ୍ତି ବିଏମସି କର୍ତ୍ତୁପକ୍ଷ ବୋଲି ଅଭିଯୋଗ କରିଛନ୍ତି ସାଧାରଣଲୋକ ।

Comments are closed.