Friday, March 29, 2024

Top 5 This Week

Related Posts

ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ,ତା.(୨୮/୧୦) : ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ପାଇଁ ଅକ୍ଟୋବର ୨୬ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ।bea55b96 3611 4893 a2fd 4a6ad6102fe0 ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ

ଏହି ପରିପ୍ରେକ୍ଷୀରେ ଆଜି ତା. ୨୮/୧୦/୨୦୨୧ରିଖ ଦିନ ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ସଂସ୍ଥା, ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନିୟ ଗଜପତି ଛକରୁ ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶହିତ ଲକ୍ଷ୍ଣଣ ନାୟକ, ଯୁବକ ସଂଘର ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ ।65477522 d246 4c35 a796 5f8e7a3e9b9b ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ

ଏହି ପଦଯାତ୍ରାକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗଦାନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ, କାଳିମନ୍ଦିର ରାସ୍ତା ଦେଇ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା। ଏଠାରେ ସମବେତ ଯୁବକ ମାନଙ୍କୁ ଉଦ୍- ବୋଧନ ଦେଇ ଜିଲ୍ଲା ଦୁର୍ନୀତି ନିବାରଣ ଡି.ଏସ୍.ପି କହିଲେ ଯେ ସମାଜରେ ସବୁ ସ୍ତରରେ ଦୁର୍ନୀତିକୁ ମୁଳତ୍ପାଟନ କରିବା ନିମନ୍ତେ ଯୁବକ ମାନଙ୍କର ପ୍ରମୁଖ ଭୂମିକା ରହିଛି, ଏବଂ ଆଗାମୀ ଭବିଷ୍ୟତ ଦୁର୍ନୀତି ମୁକ୍ତ ସମାଜ ଗୋଠନ ହୋଇପାରିବ |4f68527b 42d4 49e8 ae5d 5455539ad58e ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ

ଏହା ପୂର୍ବରୁ ଗତ ୨୬ତାରିଖ ଦିନ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟର ମାନଙ୍କରେ ଶପଥ ପାଠ କରାଯାଇଥିଲା । ଜିଲ୍ଲାର ପ୍ରତ୍ୟେକ ବ୍ଲକର ଦୁଇଗୋଟି ଗ୍ରାମ ପଞ୍ଚାୟତରେ ଗ୍ରାମସଭା କରି ସଚେତନତା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଗ୍ରନ୍ଥାଗାରୀକ ଶ୍ରୀ ଡମ୍ବରୁଧର ପଣ୍ଡା, ନେହେରୁ ଯୁବ କେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠୀ ଓ ଭିଜିଲାନ୍ସ, ବିଭାଗର ଆନନ୍ଦ ବେହେରା, ବି.ଏସ୍.ଏସ୍. ଶର୍ମା, ତ୍ରିନାଥ ପାଢି ପ୍ରମୁଖ ଯୋଗଦାନ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles