ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବିନିକା ବନ୍ଦ

0
252

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୮/୧୦) : ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଓ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପାଇଁ ବିଜେପି ପକ୍ଷରୁ ଆଜି ଜିଲା ବନ୍ଦ ଡାକରାରେ ବିନିକା ବିଜେପି ସାମିଲ ହୋଇଛି । ଘଟଣାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ଏହାକୁ ସମର୍ଥନ କରି ବିନିକା ବ୍ଲକ ଓ ନଗର ବିଜେପି ଶାଖା ପକ୍ଷରୁ ସହରକୁ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ କରା ଯାଇଛି ।

ଏଥିରେ ବିଜେପି ଦଳର ବରିଷ୍ଠ ଓ ବିଶିଷ୍ଟ କାର୍ଯ୍ୟକର୍ତ୍ତା ସହଯୋଗ କରି ଉପସ୍ଥିତ ରହି ଶିକ୍ଷୟତ୍ରୀ ମମିତା ମେହେରଙ୍କ ପରିବାରକୁ ଉଚିତ ନ୍ୟାୟ ଦେବା ସହ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିରବତା ପାଇଁ ବିଜେପି ନେତାଏ ବନ୍ଦ ପାଳନରେ ସ୍ୱର ଉତ୍ତୋଳନ କରିବା ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବାକୁ ଦାବି କରିଥିଲେ । ଏହା ସହିତ ଘଟଣାର ସତ୍ୟତା ଜାଣିବା ପାଇଁ ଏହାର ସିବିଆଇ ତଦନ୍ତ ଦାବି କରିଥିଲେ ।df526837 9149 43d0 aae7 c7fcfd63c06f ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବିନିକା ବନ୍ଦ

ତେବେ ଆଜି ବିଜେପିର ବନ୍ଦ ଡାକରାରେ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ବିଜୟ ମହକୁର, , ଜିଲା ବିଜେପି ଉପ ସଭାପତି ଅଶୋକ ପୃଷ୍ଟି, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ଭର ମିଶ୍ର , ପୂର୍ବତନ ବିନିକା ନଗରପାଳ ଉସତ ପ୍ରସାଦ କର, ଜିଲା ଏସସି ମୋର୍ଚ୍ଚା ସଭାପତି ବାବୁଲୁ ବିଶି, ଜିଲା ପରିଷଦ ସଭ୍ୟ ରୋହିଣୀ ଡାଙ୍ଗ, ବିନିକା ବିଜେପି ନଗର ସଭାପତି କୁର୍ଷ୍ଣଚନ୍ଦ୍ର ସେଠୀ, ନଗର ଯୁବମୋର୍ଚ୍ଚା ସଭାପତି ଭୁବନେଶ୍ୱର ପାତ୍ର, କ୍ଆ ଚରଦେଇ ମଣ୍ଡଳ ସଭାପତି ବିଶ୍ଵଦେବ ବଡ଼ପଣ୍ଡା, ମେଘଲା ମଣ୍ଡଳ ସଭାପତି ଭାଗିରଥି ବାଗ, ଚାର୍ଯ୍ୟ ବାରିକ, ଉଦ୍ଧବ ମହାକୁର, ପ୍ରତାପ କର୍ମୀ, ସୌମ୍ୟରଞ୍ଜନ ନାଇକ, ପ୍ରଦ୍ୟୁମ୍ନ ମହାଣାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇ ମମିତା ମେହେରଙ୍କ ନ୍ୟାୟ ଦାବିରେ ବିନିକା ସହର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସରକାରୀ ଅଫିସ ଗୁଡିକ ବନ୍ଦ କରାଇ ଥିଲେ ।