ନିର୍ଭୟା ମାମଲା ଠୁ ଅଧିକ ଗୁରୁତର ମମିତା ମେହେର ହତ୍ୟା ମାମଲା

0
226

ଓଡିଶାରେ ଏହା ଆଶ୍ଚର୍ଯ୍ୟର ବିଷୟ ବୋଲି କହିଲେ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ପ୍ରଭାରୀ,ଆବଶ୍ୟକ ହେଲେ ମୁଁ କଲା କୋର୍ଟ ପିନ୍ଧିବି -ନରସିଂହ ମିଶ୍ର
ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/କଣ୍ଟାବାଞ୍ଜି,ତା(୨୮/୧୦) : ନିର୍ଭୟା ମାମଲା ଠୁ ଅଧିକ ଗୁରୁତର ମମିତା ମେହେର ହତ୍ୟା ମାମଲା | ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରଣୀ କୁ ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେ୍ୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ଚେଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହେଲିକେପ୍ଟର ଯୋଗେ କଣ୍ଟାବାଞ୍ଜି ଠାରେ ଓହ୍ଲାଇ ଝରଣୀ ଗାଁ ଅଭିମୁଖେ ଯାଇଥିଲେ, ଝରଣୀରେ ମୃତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି ।

ତୁରକେଲା ଥାନା ଅନ୍ତର୍ଗତ ଝରନି ଗ୍ରାମ ର ମମିତାଙ୍କ ମୃତଦେହ ଖେଳ ପଡିଆରୁ ଉଦ୍ଧାର ନେଇ ଏହା ନିର୍ଭୟା ମାମଲା ଠୁ ଅଧିକ ଗୁରୁତର ବୋଲି ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିମ ଅଧ୍ୟକ୍ଷ । ସାରା ଭାରତ ର ଓଡିଶା ରାଜ୍ୟ ରେ ଜଣେ ଗୃହ ମନ୍ତ୍ରୀ ଙ୍କ ସମ୍ପୁକ୍ତି ଅଭିଯୋଗ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯିବା ତ ଦୂରର କଥା ପ୍ରମାଣ ପତ୍ର ସତ୍ୱେ ଅଭିଯୁକ୍ତ ଙ୍କୁ ଗିରଫ ନ କରିବା ଆଶ୍ଚର୍ଯ୍ୟ ର ଘଟଣା । ଅନ୍ୟ ରାଜ୍ୟରେ କେବଳ ସତ୍ୟା, ସତ୍ୟ ଦୂରର କଥା ଜଣେ ଅଭିଯୋଗ ଆସିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାଏ ।

ଦିନ ଗଡେଇ ଜଣଙ୍କୁ ଜେଲ କରିଦେଇ ନିନ୍ଦନୀୟ ନୀତି ଏହି ରାଜ୍ୟରେ କିପରି ସମ୍ଭବ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପୂର୍ବତନ ଆଇନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ବିଧାୟକ ନରସିଂହ ମିଶ୍ର ଏ ନେଇ ମୁ ପୁନଃ କଳା କୋର୍ଟ ପିନ୍ଧିବି କହିଛନ୍ତି ।