ବିଧାୟକ ସୁଧୀର ସାମଲଙ୍କ କର କମଳରେ ସରସ୍ୱତୀ ଶିଶୁ ମନ୍ଦିର ରେ ଅକ୍ୱାଗାର୍ଡ ର ଶୁଭ ଉଦ୍ଘାଟନ

0
133

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୨୭/୧୦) : ଆଜି ଢେଙ୍କାନାଳ ସହର ର ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ର ମାନ୍ୟବର ବିଧାୟକ ସୁଧୀର ସାମଲଙ୍କ କର କମଳରେ ୨ ଟି ଅକ୍ୱାଗାର୍ଡ ର ଶୁଭ ଉଦ୍ଘାଟନ ହୋଇ ଯାଇଛି ।

ଢେଙ୍କାନାଳ ର ମାନ୍ୟବର ବିଧାୟକ ସୁଧୀର ସାମଲଙ୍କ ପାଣ୍ଠି ରୁ ବିଦ୍ୟାଳୟ ର ପିଲା ମାନଙ୍କ ସ୍ୱଚ୍ଛ ଏବଂ ଶୀତଳ ଜଳ ପିଇବା ନିମନ୍ତେ ୨ ଟି ଅକ୍ୱାଗାର୍ଡ ଯୋଗାଇ ଦେବା ସହ ବର୍ଷ ର ମେଣ୍ଟେନାନ୍ସ ପାଇଁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଆଜି ର ଏହି ଅକ୍ୱାଗାର୍ଡ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଙ୍କ ସମେତ, ସରସ୍ୱତୀ ଶିଶୁ ମନ୍ଦିର ର ସମ୍ପାଦକ ବିଶ୍ୱନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ ଓ ଦାୟିତ୍ୱରେ ଥିବା କନକଲତା ପ୍ରଧାନ ଙ୍କ ସମେତ ଅନ୍ୟ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ ।