ମହିଳାଙ୍କ ଝୁଲନ୍ତା ଶବ-ଯୌତୁକ ପାଇଁ ଆତ୍ମହତ୍ୟା ସନ୍ଦେହ

କର୍ଲାମୁଣ୍ଡା ( ହିରୋଜ କୁମାର ସାହୁ ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମ ରେ ଗତ କାଲି ସନ୍ଧ୍ୟାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା | ଯାହା ରାଜପୁର ଗ୍ରାମର ସାବିତ୍ରୀ ଭୋଇ, ସ୍ୱାମୀ-ଚନ୍ଦ୍ରକାନ୍ତ ଭୋଇ (ବୟସ)-୨୧ ବୋଲି ଜଣା ପଡିଥିଲା |

ଗତ ଚାରିମାସ ତଳେ ସାବିତ୍ରୀ ଏବଂ ଚନ୍ଦ୍ରକାନ୍ତ ଘରୁ ଲୁଚି ପଳାଇ ପ୍ରେମ ବିବାହ କରିଥିଲେ | ଯାହାକି ଝିଅର ବାପଘର ଲୋକେ ଓ ପୁଅର ବାପଘର ଲୋକେ ସହମତି ନଥିଲା | ତେଣୁ ମ.ରାମପୁର ଥାନାରେ ଏକ ମାମଲା ରୁଜୁ ହେଇଥିଲା,ଏବଂ ପରେ ଗାଁର ଭଦ୍ର ବ୍ୟକ୍ତି ପୁଅ ଘର ଏବଂ ଝିଅ ଘର କୁ ବୁଝାଇ ଥାନାରେ ପ୍ରେମ ବିବାହ କରାଇଥିଲେ | କିନ୍ତୁ ଗତ କାଲି ରାତି ସ୍ୱାମୀଙ୍କ ଅନୁପସ୍ଥିତରେ ଶାଶୁ ଏବଂ ବୋହୁ କଥା କଟା କଟୀ ହେଇଥିଲା, ପରେ ସ୍ୱାମୀଙ୍କୁ ଫୋନ ଯୋଗେ ଜଣାଇ ସେ ବାପାଙ୍କ ଘରକୁ ଯିବାକୁ ଜଣାଇଥିଲା | କିନ୍ତୁ ବାପା ଘରକୁ ଯାଇନଥିଲା ପରେ ସନ୍ଧେହ ଜାଣି ଉଭୟ ଘର ଲୋକ ରାତିରେ ଖୋଜା ଖୋଜି କରି ପାଇଲେ ନାହିଁ | ତା ପର ଦିନ ୨୮.୦୬.୨୦୧୮ ରିଖ ସନ୍ଧ୍ୟା ୬.୩୦ ସମୟରେ ତାଙ୍କ ଗାଁ ଲୋକେ ଝୁଲନ୍ତା ମୃତ ଦେହ ଦେଖିଥିଲେ | ତା ପରେ ଘର ଲୋକଙ୍କୁ ଖବର ଦେଇଥିଲେ ଝିଅର ବାପା ମାନ୍ଧାତା ଭୋଇ କର୍ଲାମୁଣ୍ଡା ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ |  ଅଭିଯୋଗକୁ ଭିତ୍ତି କରି କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ରୀ ଅଧିକ ଚନ୍ଦ୍ର ବିଶ୍ୱାସ ଝୁଲନ୍ତା ଶବକୁ ଜବତ କରି ୨୯.୦୬.୨୦୧୮ ରିଖ ସକାଳେ କର୍ଲାମୁଣ୍ଡା ତହସିଲଦାର ଶ୍ରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଏବଂ ମ.ରାମପୁର ଥାନା ଅଧିକାରୀ ଶ୍ରୀ ଜିତେନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଶବକୁ ଯାଞ୍ଚ କରି ବ୍ୟବଛେଦ କରିବା ପାଇଁ ମ.ରାମପୁର ଡାକ୍ତରଖାନାକୁ ପଠେଇଛନ୍ତି  | ଏଥିରେ କେଶ ନ ୧୧୮/୨୯.୦୬.୨୦୧୮ ଆଇ.ପି .ସି ଧାରା ୪୯୮-ଏ, ୩୦୪ ବି, ୩୦୨,୩୪, ରୁଜୁ କରି ତଦନ୍ତ ଚଳାଇଛନ୍ତି |

Comments are closed.