Related Contents

କୁଟାସିଂହା ଅଭୟା ଯାତ୍ରା ଉଦଯାପିତ-ପଦ୍ମଶ୍ରୀ ହଳଧର ନାଗ “ମା ଅଭୟା ସମ୍ମାନ ୨୦୧୮” ରେ ସମ୍ମାନିତ

ଆଗଲପୁର (ମାଧବ ସାହୁ): ଆଗଲପୁର ବ୍ଲକ ଅନ୍ତର୍ଗତ କୁଟା ସିଂହା ର ପ୍ରସିଦ୍ଧ ଅଭୟା ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି | ଶେଷ ଦିବସରେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ବିଜେଡି ଯୁବ ସମ୍ପାଦକ ନିହାରରଞ୍ଜନ ବେହେରା, ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଯୋଗଦାନ କରିଥିଲେ |

ଚଳିତ ବର୍ଷ ମା ଅଭୟା ସମ୍ମାନ ୨୦୧୮ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯାଇଥିଲା | ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ରେ ମାନପତ୍ର ପାଠ କରିଥିଲେ ସିଖାଙ୍କ ଯୋଗୀନ୍ଦ୍ର ଦାସ ଓ ଗ୍ରାମବାସୀଙ୍କ ତରଫରୁ ବକୁଳ ପାତ୍ର ଓ ଗୋବର୍ଧନ ସାହୁ ଅଙ୍ଗବସ୍ତ୍ର ସହ ଉପଢୌକନ ଦେଇ ତାଙ୍କୁ ସମ୍ମାନିତ କରିଥିଲେ | ପୁନଶ୍ଚ ଯାତ୍ରା କମିଟି ତରଫରୁ ଜଳନ୍ଧର ଭୂମିକାରେ ଭିନୟ କରି ଥିବା ପ୍ରଫୁଲ୍ଲମେହେର ଙ୍କୁ ସ୍ୱତନ୍ର ଭାବେ ସମ୍ମାନିତ କରାଯାଇଥିଲା | ଜୁନ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମରେ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଅଂଶଗ୍ରହଣ କରିଥିଲେ | ମା ଅଭୟା ଙ୍କ ପୂଜାବିଧି ଯଥା ମତେ ଅନୁଷ୍ଠିତ ହୋଇଥିଲା | ପ୍ରତ୍ୟେହ ସଂକୀର୍ତନ ମଣ୍ଡଳୀ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରାଯାଉଥିଲା | ଏହା ସହ ଜଳନ୍ଧର ବଧ ନାଟକ ଓ ମିନା ବଜାର ସାହାଯ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା | ସମଗ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କୁଟା ସିଂହା ସରପଞ୍ଚ, ସମିତି ସଭ୍ୟା, ଡିଗ୍ରୀ ମେହେଇର, ପ୍ରକାଶ ବେହେରା,ସୋମନାଥ ପଧାନ, ଭିଷ୍ମଦେବ ପାତ୍ର , ରାଜୁ ମେହେର, ଉମାକାନ୍ତ ଠେଲା,ଆନନ୍ଦ ଚନ୍ଦ୍ର ପଶାୟତ, ଗୁଣନିଧି ପାତ୍ର, ଅଧିକାରୀ ପାତ୍ର, ପବିତ୍ର ମୋହନ ବେହେରା ଓ ଯାତ୍ରା କମିଟିର ସଭ୍ୟ ସଭ୍ୟା ଗଣ |

Comments are closed.