Friday, March 29, 2024

Top 5 This Week

Related Posts

ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ହେବ ରାମଗଡ ପଞ୍ଚାୟତ ର “କୁଆ କୁଦ “

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୬/୧୦) : ବୌଦ୍ଧ ଜିଲ୍ଲା ପ୍ରାକୃତିକ ସମ୍ପଦ ରେ ଭରପୁର ଏକ ଶୋଭାର ଭଣ୍ଡାର | ମହାନଦୀ ର କୁଳୁକୁଳୁ ଶବ୍ଦ ସହିତ ସବୁଜିମା ଭରା ଘଞ୍ଚ ଜଙ୍ଗଲ ପ୍ରକୃତି ରାଣୀର ବୌଦ୍ଧ ଜିଲ୍ଲା ପାଇଁ ବରଦାନ | ଜିଲ୍ଲା ରେ ଲୁକ୍କାୟିତ ଭାବରେ ରହିଛି ଅନେକ ଓ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ |

ପର୍ଯ୍ୟଟନ ସ୍ଥଳୀ କୁ ବିକାଶ କରିବା ଦିଗରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ନିଆଯାଇଛି | ଜିଲ୍ଲା ରେ ଥିବା ହରଭଙ୍ଗା ବ୍ଲକ ର ରାମଗଡ ପଞ୍ଚାୟତ ପ୍ରଗଳପୁର ସ୍ଥିତ ମହାନଦୀ ଭିତରେ ଥିବା “କୁଆ କୁଦ “ ଦୀପ ର ବିକାଶ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ତାର ଉଦ୍ୟମ | ଏହି ଅନନ୍ୟ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କୁଆ କୁଦ ରେ ଏକ ବୁଦ୍ଧ ସ୍ତୁପ ସହିତ ଏକ ଯୋଗ ମଣ୍ଡପ ନିର୍ମାଣ ଯୋଜନା ପ୍ରସ୍ତୁତିରେ ୬ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି |

ଏହି ପରିଦର୍ଶନ ରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ବିଡ଼ିଓ ସୁବାଷ ଚନ୍ଦ୍ର ଯାନୀ, ଧଳପୁର RI ପଙ୍କଜ କହଁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଜଣେ ରସାୟନ ବିଜ୍ଞାନ ଅଧ୍ୟାପକ ଙ୍କ ସମେତ ଖଡ଼ିଆଳ ବିପାସlନା କେନ୍ଦ୍ରର ୩ ଜଣ ସଦସ୍ୟ ଉପସ୍ଥିତ ରହି କୁଆକୁଦ ର ୨୦.୪୬ ଡ଼ିସିମିଲ ଜମିର ଭିତ୍ତିଭୂମି କୁ ଅନୁଧ୍ୟାନ କରିଥିବାର ସୂଚନା ମିଳିଛି |

Popular Articles